ୟୁକ୍ରେନୀୟଙ୍କ ଦୁର୍ଦ୍ଦଶା ଷ୍ଟାଲିନ୍‌ଙ୍କ ଗଣହତ୍ୟା ସଦୃଶ: ପୋପ୍‌

ଭାଟିକାନ୍‌ ସିଟି,୨୪ା୧୧: କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶାକୁ ଷ୍ଟାଲିନ୍‌ଙ୍କ ୯୦ ବର୍ଷ ତଳର ବର୍ବରତା ସହ ତୁଳନା କରିଛନ୍ତି। ସୋଭିଏତ୍‌ ସଂଘର ପୂର୍ବତନ ପ୍ରଧାନମନ୍ତ୍ରୀ ଜୋଶେଫ୍‌ ଷ୍ଟାଲିନ୍‌ ୧୯୩୦ ଦଶକରେ ଏକ କୃତ୍ରିମ ମରୁଡ଼ି ସୃଷ୍ଟି କରିଥିଲେ। ଏଥିଯୋଗୁ ଅନାହାରରେ ୩ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା।

ରୁଷିଆ ଗଣହତ୍ୟାର ଶିକାର ହୋଇ ୟୁକ୍ରେନରେ ପ୍ରାଣ ହରାଇଥିବା ଶିଶୁ, ମହିଳା, ବୟସ୍କ ଏବଂ ଶହୀଦ ହେବାକୁ ଯାଉଥିବା ଅନ୍ୟ ନାଗରିକଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ନିଜ ଅନୁଗାମୀଙ୍କୁ ପରାମର୍ଶ ଦେଇଛନ୍ତି।

Share