ନିରାଶ ହୋଇପଡିଲେଣି ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୧୮।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ଆକ୍ରମଣରେ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି ଆକ୍ରମଣମାରୀ ରୁଷିଆ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ, ମୁଁ ଏ ବିଶ୍ୱକୁ ବିଶ୍ୱାସ କରେ ନାହିଁ। ଆମେ କାହାର କଥାକୁ ବିଶ୍ୱାସ କରିପାରୁନୁ। ରୁଷିର ଆକ୍ରମଣ ପରେ ଆମ ପଡୋଶୀ ଉପରେ ଭରସା ତୁଟିଗଲାଣି। ଆମର କେବଳ ନିଜକୁ, ଆମ ଲୋକଙ୍କୁ ଓ ସେନା ଉପରେ ବିଶ୍ୱାସ ରହିଛି। ଏହି ବିପଦ ସମୟରେ ଯେଉଁ ଦେଶମାନେ କଥା ନୁହେଁ କାମରେ ସହ ଛିଡା ହୋଇଛନ୍ତି ଆମେ ତାଙ୍କୁ ବିଶ୍ୱାସ କରୁ। ଆମେ ରୁଷିଆ ବିରୋଧରେ ଲେଇଇ ଜାରି ରଖିଛୁ। ଆଗକୁ ମଧ୍ୟ ତାହା ଜାରି ରହିବ।
ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଜେଲେନସ୍କି ବହୁଥର ନିଜ ଦେଶକୁ ସାହାଯ୍ୟ କରିବାକୁ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। ନାଟୋ ଉପରେ ଜେଲେନସ୍କିଙ୍କ ସମ୍ପର୍ଣ୍ଣ ଭରସା ଥିଲା, ତାହା ତୁଟିଯିବା ପରେ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Share