ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଲେ ଜେଲେନ୍‌ସ୍କି

କ୍ୱିଭ୍‌,୧୮।୩: ୟୁକ୍ରେନ ଉପରେ ରୁଷିଆ ଲଗାତର ୨୩ଦିନ ହେଲାଣି ଆକ୍ରମଣ ଜାରି ରଖିଛି। ୟୁକ୍ରେନର କେତୋଟି ସହରକୁ କବ୍‌ଜା କରାଯାଇଥିବା ବେଳେ ଅନ୍ୟ କେତେକ ସହର ଉପରେ ରୁଷିଆ ସୈନ୍ୟମାନେ ମିଶାଇଲ ଓ ଗୁଳିଗୋଳା ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଏହି ଆକ୍ରମଣରେ ଅନେକ ବିଲ୍ଡିଂ ଧ୍ୱସଂ ସ୍ତୁପ ପାଲଟିଥିବା ବେଳେ ଅନେକ ନୀରିହ ଲୋକଙ୍କ ଜୀବନ ଯାଉଛି। ଅନ୍ୟପଟେ ଏହି ଆକ୍ରମଣରେ ଆହତ ହୋଇଥିବା ନାଗରିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗୁରୁବାର କ୍ୱିଭ ସ୍ଥିତ ଏକ ହସ୍ପିଟାଲକୁ ଗସ୍ତ କରିଥିଲେ। ସେଠାରେ ରୁଷିଆ ଆକ୍ରମଣରେ ଆହତ ହୋଇଥିବା ୧୬ଜଣ ଆହତ ଝିଅଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ବୁଝିଛନ୍ତି। ଏଥିସହ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ଜେଲେନ୍‌ସ୍କି।

Share