ପ୍ୟାରିସ,୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେ ପର୍ଯ୍ୟନ୍ତ ନା ରୁଷିଆ ନା ୟୁକ୍ରେନ୍ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି । ଏହାରି ଭିତରେ ୟୁରୋପୀୟ ଅସ୍ତ୍ରଶସ୍ତ୍ରର ସହାୟତା ଲୋଡି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ଦୁର୍ଲଭ ଯୁଦ୍ଧକାଳୀନ ଯାତ୍ରାରେ ଫ୍ରାନ୍ସରେ ପହଞ୍ଚିଛନ୍ତି । ଫ୍ରାନ୍ସ ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଭରସା ଦିଆଯାଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ଟୁଇଟ କରି କହିଛନ୍ତି, ୟୁକ୍ରେନ ଫ୍ରାନ୍ସ ଉପରେ ଭରସା ରଖିପାରେ । ମାକ୍ରୋ ଜର୍ମାନ ଚାନସଲର ଓଲାଫ କ୍ସେଲ୍ଜଙ୍କ ସହ ଫ୍ୟାରିସରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କ ସହ ସାକ୍ଷାତ୍ କରିଛନ୍ତି ।