ଏତିକି ଟଙ୍କାରେ ନିଲାମ ହେଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ବେଟର

କ୍ୱିଭ୍‌,୮ା୫: ଯୁକ୍ରେନ ରାଷ୍ଟ୍ରପତିଙ୍କ ସ୍ବେଟର ନିଲାମ ହୋଇଛି। ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜେଲେନସ୍କିଙ୍କ ସ୍ବେଟର। ମେଣ୍ଢାଲୋମରେ ତିଆରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କର ଗୋଟାଏ ପ୍ରସିଦ୍ଧ ଖାକି ସ୍ବେଟର ଇଂଲଣ୍ଡରେ ନିଲାମ ହୋଇଛି।

ସୂଚନା ଅନୁସାରେ, ୯୦,୦୦୦ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରା ୮୪,୬୦,୨୯୮ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ନିଲାମରେ ଉକ୍ତ ସ୍ବେଟରର ପ୍ରାରମ୍ଭିକ ଦାମ୍‌ ୫୦,୦୦୦ ପାଉଣ୍ଡ ରଖାଯାଇଥିଲା, କିନ୍ତୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ନିଲାମ ଧରିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ନିବେଦନ କରି କହିଥିଲେ ଯେ, ସେମାନେ ଯେତେ ସମ୍ଭବ ଅଧିକ ମୂଲ୍ୟରେ ନିଲାମ ଡାକନ୍ତୁ। ଫଳରେ ସ୍ବେଟରର ଦାମ୍‌ ୨ ଗୁଣ ବଢ଼ିଗଲା।

ରୁଷିଆ ଅଧିକୃତ କ୍ୱିଭ୍‌ ଅଞ୍ଚଳରେ ବୁଲିବା ବେଳେ ସେ ଧୂସରିଆ ରଙ୍ଗର ଉଲ୍‌ ସ୍ବେଟର୍‌ ପିନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ ଜେଲେନସ୍କିଙ୍କ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିବା ସହ ରୁଷିଆ ଆକ୍ରମଣ ବେଳେ ଇଂଲଣ୍ଡର ସହାୟତାକୁ ପ୍ରଶଂସା ବି କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ‘ଆଜି ରାତିରେ ମୋର ବନ୍ଧୁମାନଙ୍କୁ ଅନୁରୋଧ ୟୁକ୍ରେନକୁ ସମର୍ଥନ କର। ଯାହାଦ୍ୱାରା ୟୁରୋପୀୟ ରାଜଧାନୀ କ୍ୱିଭ୍‌କୁ ଆଉ ଧମକ ଦିଆଯାଇପାରିବ ନାହିଁ ଏବଂ ୟୁକ୍ରେନ ପୁଣି ଥରେ ସମ୍ପୂର୍ଣ୍ଣ ଏବଂ ମୁକ୍ତ ହୋଇପାରିବ।”

Share