ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍‌ କ୍ଲବ୍‌ରେ ଆଶ୍ରୟ ନେବେ ୟୁକ୍ରେନ୍‌ ଜନସାଧାରଣ…

କାଇଭ୍‌, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ ଯଦି ରୁଷିଆ ଆକ୍ରମଣ କରେ, ତେବେ ୟୁକ୍ରେନୀୟମାନେ ଏକ ଷ୍ଟ୍ରିପ କ୍ଲବ୍‌ରେ ଲୁଚି ରହିବାର ଯୋଜନା କରିଛନ୍ତି। ଯେଉଁଠାରେ ପ୍ରବେଶ ପାଇଁ ୧୦୦ ପାଉଣ୍ଡ ଏଣ୍ଟ୍ରି ଫି ରହିଛି। ରୁଷିର ସମ୍ଭାବ୍ୟ ଆକ୍ରମଣ ହେଲେ ସୁରକ୍ଷା ଦୃଷ୍ଟିରୁ ପେଣ୍ଟହାଉସ ଜେଣ୍ଟଲମେନ କ୍ଲବକୁ କାଇଭ ଅଧିକାରୀମାନେ ଏକ ବୋମା ଆଶ୍ରୟସ୍ଥଳ ଭାବରେ ତାଲିକାଭୁକ୍ତ କରିଛନ୍ତି।

ଦ ସନ୍‌ ଖବରକାଗଜ ରିପୋର୍ଟ ଅନୁଯାୟୀ, କ୍ଲବଟି କାଇଭ ସହରର ମଧ୍ୟଭାଗରେ ଅବସ୍ଥିତ। ଏହା ସବୁବେଳେ ସୁନ୍ଦର ଝିଇମାନଙ୍କ ଦ୍ୱାରା ପରିପୂର୍ଣ୍ଣ ରହିଥାଏ। ଜଣେ ମହିଳା ସୁରକ୍ଷାକର୍ମୀ ଭାବରେ କ୍ଲବର ଦ୍ୱାରଦେଶରେ ଲୋକଙ୍କୁ ସ୍ବାଗତ କରିଥାନ୍ତି। ରୁଷିଆ ସହିତ ୟୁକ୍ରେନର ସୀମାରେ ଉତ୍ତେଜନା ବଢ଼ିବା ସହିତ ଏହି ବେସମେଣ୍ଟ ସାଇଟ ୟୁକ୍ରେନୀୟମାନଙ୍କ ପାଇଁ ଲୁଚି ରହିବା ପାଇଁ ଏକ ନିରାପଦ ସ୍ଥାନ ହୋଇପାରେ ବୋଲି କୁହାଯାଉଛି।

ସମ୍ଭାବ୍ୟ ବୋମା ଆଶ୍ରୟସ୍ଥଳର ଏକ ତାଲିକା ୟୁକ୍ରେନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏଥିରେ ଫାର୍ମାସି, ବାର୍‌ ଏବଂ କପି ଦୋକାନ ଭଳି ସ୍ଥାନକୁ ଅନ୍ତର୍ଭୁକ୍ତ କରାଯାଇଛି। ପେଣ୍ଟହାଉସ ଜେଣ୍ଟେଲମେନ କ୍ଲବ କାଇଭ ମେୟର ଭିଟାଲି କ୍ଲିଚକୋଙ୍କୁ ଏକ ବୋମା ଆଶ୍ରୟସ୍ଥଳ ତାଲିକା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତିି।

ସେ କହିଛନ୍ତି କ୍ଲବ୍‌ ମ୍ୟାନେଜର ଏଠାକୁ ଆସୁଥିବା ଅତିଥିମାନଙ୍କଠାରୁ ୧୦୦ ପାଉଣ୍ଡ ଏଣ୍ଟ୍ରି ଫି ଆଦାୟ କରନ୍ତି। ଦ ସନ୍‌ ଖବରକାଗଜ ତାଙ୍କୁ ପଚାରିଥିଲେ ଯଦି ରୁଷିଆ ଆକ୍ରମଣ କରେ ତେବେ ସାଧାରଣ ଲୋକଙ୍କୁ ଏଠାରେ ଲୁଚାଇ ପାରିବେ କି? ଏହାର ଉତ୍ତରରେ ମ୍ୟାନେଜର କହିଛନ୍ତି, ଫି ଦେବାକୁ ତ ପଡିବ।

ସେ କହିଥିଲେ, ’ମୁଁ ଆପଣଙ୍କୁ କହି ପାରିବି ନାହିଁ ଯେ ଆମକୁ ବୋମା ଆଶ୍ରୟସ୍ଥଳ ଭାବେ ତାଲିକାଭୁକ୍ତ କରାଯାଇଛି କି ନାହିଁ, କିନ୍ତୁ ଏଠାକୁ ଆସୁଥିବା ଲୋକଙ୍କୁ ଏକ ଦେୟ ଦେବାକୁ ପଡିବ।

Share