‘ଜାଲିଆନଓ୍ବାଲା ବାଗ’ ପ୍ରତିଶୋଧ ନେବାକୁ ଆସିଛି

ସ୍କଟଲାଣ୍ଡ ୟାର୍ଡ,୨୭।୧୨: ବ୍ରିଟେନର ରାଣୀ କୁଇନ ଏଲିଜାବେଥ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଓ୍ବିଣ୍ଡସର ଦୁର୍ଗରେ ପ୍ରବେଶ କରିବାରୁ ଜଣେ ଯୁବକ ଗିରଫ ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକ କହୁଛନ୍ତି, ‘ଜାଲିଆନଓ୍ବାଲା ବାଗ ଗଣହତ୍ୟା’ର ପ୍ରତିଶୋଧ ନେବାକୁ ଆସିଛି। ମୁଁ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବାକୁ ଚାହେଁ।

‘ଦି ସନ’ ଦ୍ୱାରା ସ୍ନାପଶଟରେ ଶେୟାର କରାଯାଇଥିବା ଭିଡିଓରେ, ଜଣେ ଯୁବକ କଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧିଛନ୍ତି ଓ ତାଙ୍କ ହାତରେ ଏକ କ୍ରସବୋ ଥିଲା।

ସେ କ୍ୟାମେରାକୁ ସମ୍ବୋଧନ ଦେଇ କହିଥିଲେ, ମୁଁ ଯାହା କରିଛି ଏବଂ ଯାହା କରିବାକୁ ଯାଉଛି ସେଥି ଲାଗି କ୍ଷମା ମାଗୁଛି। ମୁଁ ରୟାଲ ପରିବାରର ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବି। ୧୯୧୯ ଜାଲିଆନଓ୍ବାଲା ବାଗ ଗଣହତ୍ୟାରେ ଯେଉଁମାନେ ପ୍ରାଣ ହରାଇଥିଲେ, ସେମାନଙ୍କ ପ୍ରତିଶୋଧ ନେବି। ମୁଁ ଜଣେ ଭାରତୀୟ ଶିଖ। ମୋ ନାଁ ଜସଓ୍ବନ୍ତ ସିଂ ଚାଇଲ। ଖ୍ରୀଷ୍ଟମାସ ଦିନ ଅସ୍ତ୍ର ସହ ଓ୍ବିଣ୍ଡସର ଦୁର୍ଗକୁ ବିନା ଅନୁମତିରେ ପ୍ରବେଶ କରିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share