Categories: ବାଣିଜ୍ୟ

ଅଲ୍‌ଟ୍ରାଫ୍ରେସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ମଡ୍ୟୁଲାର କିଚେନ୍‌ ବ୍ରାଣ୍ଡ୍‌ ଅଲ୍‌ଟ୍ରାଫ୍ରେସ୍‌ ମଡ୍ୟୁଲାର ସଲ୍ୟୁଶନ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ତ୍ରିଶୂଳିଆ (କଟକ) ଠାରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌/ଏସ୍‌ ଏଲିଗାଣ୍ଟ ଏଣ୍ଟରପ୍ରାଇଜେସ୍‌ ଆନୁକୂଲ୍ୟରେ ଉକ୍ତ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ ଅଭିନେତ୍ରୀ ସୁପ୍ରିୟା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ ଅଲ୍‌ଟ୍ରାଫ୍ରେସ୍‌ ଓ ଏଲିଗାଣ୍ଟ ଏଣ୍ଟରପ୍ରାଇଜେସ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏଲିଗାଣ୍ଟ ଏଣ୍ଟରପ୍ରାଇଜେସ୍‌ର ସ୍ବତ୍ୱାଧିକରୀ ବିଶ୍ୱରଞ୍ଜନ ରାୟ କହିଥିଲେ, ଏଠାରେ ସବୁବର୍ଗଙ୍କ ପାଇଁ କିଚେନ ଆପ୍ଲାଏନ୍ସ ଉପଲବ୍ଧ ରହିଥିବାବେଳେ ଗୁଣାତ୍ମକ ସାମଗ୍ରୀ ଓ ବିକ୍ରି ପରବର୍ତ୍ତୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି। ସେହିଭଳି ଉଭୟ କଟକ-ଭୁବନେଶ୍ୱର ମଧ୍ୟଭାଗରେ ଏହି ସ୍ଥାନ (ତ୍ରିଶୂଳିଆ) ପଡୁଥିବାବେଳେ ସହରବାସୀଙ୍କର ଚାହିଦା ଓ ଆବଶ୍ୟକତା ପୂରଣକୁ ଗୁରୁତ୍ୱ ଦିଆଯିବ ବୋଲି ରାୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share