Categories: ବାଣିଜ୍ୟ

ଭୁବନେଶରରେ ଅଲ୍ଟିଗ୍ରୀନ୍‌ର ପ୍ରଥମ ଶୋ’ରୁମ୍‌

ଭୁବନେଶ୍ୱର,୭ା୯ (ଅଭୟ ଦାଶ): ଦେଶର ଅଗ୍ରଣୀ ବାଣିଜି୍ୟକ ୩ ଚକିଆ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ଅଲ୍ଟିଗ୍ରୀନ୍‌ର ନୂତନ ତଥା ପ୍ରଥମ ଶୋ’ରୁମ୍‌ ଏବଂ ଏକ୍ସପେରିଏନ୍ସ ସେଣ୍ଟର ବୁଧବାର କଟକ-ପୁରୀ ବାଇପାସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜ୍ୟୋତି ମୋଟର୍ସ ଆନୁକୂଲ୍ୟରେ ଅଲ୍ଟିଗ୍ରୀନ୍‌ର ପ୍ରଥମ ଶୋ’ରୁମ୍‌ ଏବଂ ଏକ୍ସପେରିଏନ୍ସ ସେଣ୍ଟର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଅଲ୍ଟିଗ୍ରୀନ୍‌ର ପ୍ରତିଷ୍ଠାତା ତଥା ସିଇଓ ଡ. ଅଭିତାଭ ସରନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ମୋଟର୍ସର ଏମ୍‌ଡି ଦେବଜ୍ୟାତି ପଟ୍ଟନାୟକ, ଅମନ ପଟ୍ଟନାୟକଙ୍କ ସମେତ ପଟ୍ଟନାୟକ ପରିବାରର ସଦସ୍ୟ ଏବଂ ଉଭୟ ଅଲ୍ଟିଗ୍ରୀନ୍‌ ଓ ଜ୍ୟୋତି ମୋଟର୍ସର କର୍ମଚାରୀମାନେ ଉପସ୍ଥିତ ଥିଲେ। ବିଶେଷ କରି ଅଲ୍ଟିଗ୍ରୀନ୍‌ର ୨ଟି ଆକର୍ଷଣୀୟ ବାଣିଜି୍ୟକ ଯାନ ଅଲ୍ଟିଗ୍ରୀନ୍‌ ନ୍ୟୁ ଇଭି ହାଇ ଡେକ୍‌ ଏବଂ ଲୋ ଡେକ୍‌କୁ ଆନୁଷ୍ଠାନିକ ଭାବେ ଜ୍ୟୋତି ମୋଟର୍ସ ଜରିଆରେ ଓଡ଼ିଶା ବଜାରରେ କାରବାର ଆରମ୍ଭ କରିଥିବା ଅଲ୍ଟିଗ୍ରୀନ୍‌ ଆଗାମୀ ଦିନରେ ଯାତ୍ରୀବାହୀ ଯାନକୁ ମଧ୍ୟ ବଜାର ପ୍ରବେଶ କରାଇବ ବୋଲି ଘୋଷଣା କରିଛି। ଏ ସମ୍ପର୍କରେ ଅଲ୍ଟିଗ୍ରୀନ୍‌ର ପ୍ରତିଷ୍ଠାତା ତଥା ସିଇଓ ଡ. ଅଭିତାଭ ସରନ କହିଛନ୍ତି, ଜ୍ୟୋତି ମୋଟର୍ସ ସହଭାଗିତାରେ ଆମେ ଆମର ବ୍ରାଣ୍ଡ୍‌କୁ ଓଡ଼ିଶା ବଜାରରେ ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ।

ସେହିଭଳି ଜ୍ୟୋତି ମୋଟର୍ସର ଏମ୍‌ଡି ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଅଲ୍ଟିଗ୍ରୀନ୍‌ ଜରିଆରେ ଆମେ ଓଡ଼ିଶା ବଜାରରେ ଇଭି ଯାନର ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିବୁ। କାରଣ ଜ୍ୟୋତି ମୋଟର୍ସ ଉପରେ ଓଡ଼ିଶାବାସୀଙ୍କର ବିଶ୍ୱାସ ଭରସା ଓ ଭଲପାଇବା ରହିଛି।

Share