Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ରେସିଂ ବାଇକ୍‌; ୨୬୫ କିମି ପ୍ରତିଘଣ୍ଟା ବେଗରେ…

ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍‌ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ। ଆଗାମୀ ଦିନରେ ଆପଣ ଇଲେକ୍ଟ୍ରିକ ବାଇକ୍‌ର ମଧ୍ୟ ନାନାଦି ବିକଳ୍ପ ମିଳିବା ଆରମ୍ଭ ହେବ। କାରଣ ଅନେକ ଜବରଦସ୍ତ ଇଲେକ୍ଟ୍ରିକ ବାଇକ୍‌ ଉପରେ କାମ ଚାଲିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଅଲଟ୍ରାଭାଇଓଲେଟ ଏଫ୍‌୯୯, ନିକଟରେ ଯାହାର ଝଲକ ଦେଖାଯାଇଛି। ଏହା ରେସିଂ ଇଲେକ୍ଟ୍ରିକ ବାଇକ୍‌ ହେବ, ଯାହାକି ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ବଜାରର ଦୃଶ୍ୟ ବଦଳାଇ ଦେଇପାରେ।

ଏହି ବାଇକ EICMA ୨୦୨୩ ଇଭେଣ୍ଟରେ ଉନ୍ମୋଚିତ ହୋଇଥିଲା। ଯେତେବେଳେ ଏହା ବଜାରକୁ ଆସିବ ତାହା ଭାରତର ଦ୍ରୁତତମ ଇଲେକ୍ଟ୍ରିକ ବାଇକ ଟାଇଟଲ ହାତେଇବ। ବେଙ୍ଗାଲୁରୁ ଭିତ୍ତିକ ଇଭି କମ୍ପାନୀ ଅଲଟ୍ରାଭାଇଓଲେଟ ଏଫ୍‌୯୯ ଇଲେକ୍ଟ୍ରିକ ବାଇକ ବିକଶିତ କରିଛି। ଏହା ଦେଶର ପ୍ରଥମ ବୈଦ୍ୟୁତିକ ରେସିଂ ବାଇକ।

ଅଲଟ୍ରାଭାଇଓଲେଟ ଏଫ୍‌୯୯ ଇଲେକ୍ଟ୍ରିକ ବାଇକ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପଲବ୍ଧ ରହିଛି। ତାହା ହେଲା ଏୟାର ୱିଣ୍ଡିଶିଲ୍ଡ ଏବଂ ଏୟାର-ବ୍ଲେଡ। ଏୟାର ୱିଣ୍ଡିଶିଲ୍ଡ ଆଗରୁ ଆସୁଥିବା ପ୍ରବଳ ପବନରୁ ଆରୋହୀଙ୍କୁ ସହାୟତା କରିଥାଏ। ସେହିଭଳି ଏୟାର ବ୍ଲେଡ୍‌ ବାଇକ୍‌ର ନଇଁବାକୁ ସହଜର କରିଥାଏ। ଏହାର ୯୦ କିଲୋୱାଟ ଇଲେକ୍ଟ୍ରିକ ମୋଟର ଅଛି, ଯେଉଁଥିପାଇଁ ଏହି ବାଇକ ମାତ୍ର ୩ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଯାଇପାରେ।

ଅଲ୍ଟ୍ରାଭାଇଓଲେଟ ଏଫ୍‌୯୯ର ଘଣ୍ଟା ପ୍ରତି ୨୬୫ କିଲୋମିଟର ବେଗ ଆପଣଙ୍କୁ ଚକିତ କରିପାରେ। କୌତୁହଳର ବିଷୟ ହେଉଛି ଏହି ବାଇକର ଓଜନ ମାତ୍ର ୧୭୮ କିଲୋଗ୍ରାମ। ଏବେ ଏହାର ମୂଲ୍ୟ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri