Categories: ଜାତୀୟ

ଜ୍ୟୋତିରାଦିତ୍ୟଙ୍କୁ ପ୍ରଶଂସା କଲେ ଉମା ଭାରତୀ, କହିଲେ କଂଗ୍ରେସ ହରାଇଛି ବିଜୟୀ ନାୟକ…

ଭୋପାଳ,୧୮।୭ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏପରି ‘ ହିରୋ’(ନାୟକ) ବୋଲି ବର୍ଣ୍ଣନା କରିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ପାଇଁ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ ହୋଇଥିଲା। କଂଗ୍ରେସ ଏହି ବିଜୟୀ ନାୟକଙ୍କୁ ହରାଇଛି। କଂଗ୍ରେସ ଛାଡି ଜ୍ୟୋତିରାଦିତ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି।

ଗତ ବିଧାନସଭା ନିର୍ବାଚନରେ ଜ୍ୟୋତିରାଦିତ୍ୟଙ୍କ କାରଣରୁ କଂଗ୍ରେସ ସରକାର ଗଠନ ହୋଇଥିଲା ଏବଂ ତାଙ୍କ କାରଣରୁ ସରକାରଙ୍କ ପତନ ହୋଇ ଭାରତୀୟ ଜନତା ପାର୍ଟି ଗଠନ କରାଯାଇଥିଲା। ସେ ଦାବି କରିଛନ୍ତି କଂଗ୍ରେସରେ ଆଉ ଜଣେ ନେତା ନାହାଁନ୍ତି ଯିଏ ସେମାନଙ୍କୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇପାରିବେ।

ଭାରତୀୟ ଜନତା ପାର୍ଟି ସମ୍ପର୍କରେ ସେ କହିଛନ୍ତି ଆଜିର ସମୟରେ ପାର୍ଟିରେ କୌଣସି ବ୍ୟକ୍ତି କିମ୍ବା ଚେହେରା ଗୁରୁତ୍ୱପୂର୍ଣ୍ଣ ନୁହେଁ, କର୍ମୀ ଏବଂ ଦଳର ପତାକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ କେବଳ କର୍ମୀ ଏବଂ ପତାକାକୁ ଦଳ ଆଗରେ ରଖି ଲଢ଼େଇ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଉମା ଭାରତୀ କହିଛନ୍ତି ଆଜିର ସମୟରେ ତାଙ୍କର ରାଜନୈତିକ ସ୍ଥିତି ବହୁତ ବଡ। ବିରୋଧୀ ଦଳର ନେତାମାନେ ତାଙ୍କ ରାଜନୈତିକ ସ୍ଥିତି ଆଗରେ ବହୁ ପଛରେ ଅଛନ୍ତି।

Share