ଢାଲିଙ୍କ ବିଜେଡି ଭାଙ୍ଗିବା ମନ୍ତବ୍ୟକୁ ନେଇ ଜୋରଦାର କାଉଣ୍ଟର କଲେ ଉମା ସାମନ୍ତରାୟ, କହିଲେ ଏବେ ବି…

ଭୁବନେଶ୍ୱର,୨।୮: ଭାଜପା ନେତା ଅରବିନ୍ଦ ଢାଲିଙ୍କ ବିଜେଡି ଭାଙ୍ଗିବା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଉମା କହିଛନ୍ତି, ଯେଉଁମାନେ ରଙ୍ଗ ବଦଳାନ୍ତି,ସେମାନଙ୍କ ଚରିତ୍ର ସେପରି। ବିଜେଡି ଆଜି ବି ଶକ୍ତିଶାଳୀ ଦଳ, ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଅଛି। ତାଙ୍କ କଥାର କିଛି ଗୁରୁତ୍ୱ ନାହିଁ, ବିଜେଡିକୁ ଫରକ ପଡ଼ିବନି। ସ୍ଥିତି ଟଳମଳ ପରେ ଚକ୍ରାନ୍ତ କରି ଭାଜପା ଯାଉଛନ୍ତି ବୋଲି ବିଜେଡି ନେତା ଉମା କହିଛନ୍ତି।

ଏହା ପୂର୍ବରୁ ବିଜେଡିକୁ ନେଇ ଅରିବନ୍ଦ ଢାଲି କହିଥିଲେ, ବିଜେଡିର ବସା ଭବିଷ୍ୟତରେ ଖାଲି ହୋଇଯିବ। ୨୫ ବର୍ଷରେ ବିଜେଡି ଯାହା କରିନି, ଭାଜପା ୫ ବର୍ଷରେ କରିବ। ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିଏ ଯାଉଛି ଅଭିଯୋଗ ଶୁଣାଯାଉଛି।ଯାହାକୁ ନେଇ ଏବେ ବିଜେଡି ପକ୍ଷରୁ କାଉଣ୍ଟର କରାଯାଉଛି।

Share