Categories: ଜାତୀୟ

ସ୍ତ୍ରୀଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ଦେବେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୩୧।୮: ନ୍ୟାଶନାଲ୍‌ କନଫରେନ୍ସ ଉପାଧ୍ୟକ୍ଷ ଉମର ଅବଦୁଲ୍ଲା ସ୍ତ୍ରୀ ପାୟଲଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କାର ଭରଣପୋଷଣ ଦେବେ। ଓମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁଅର ଶିକ୍ଷା ପାଇଁ ଅବଦୁଲ୍ଲାଙ୍କୁ ମାସକୁ ୬୦,୦୦୦ଟଙ୍କା ଦେବାକୁ ପଡିବ। ନିମ୍ନ ଅଦାଲତଙ୍କ ବିରୋଧରେ ପାୟଲଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ନିମ୍ନ ଅଦାଲତ ତାଙ୍କୁ ଭରଣପୋଷଣ ହିସାବରେ ମାସକୁ ୭୫,୦୦୦ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share