କରାଚି,୫।୧୦: ଆମେରିକାରେ ଲିଗ୍ କ୍ରିକେଟ ଖେଳିବାକୁ ଦେଶ ଛାଡ଼ିଛନ୍ତି ପାକିସ୍ତାନର ବିବାଦୀୟ କ୍ରିକେଟର ଉମର ଅକମଲ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଦୁର୍ନୀତି ନିବାରଣ ସଂହିତା ଅନୁଯାୟୀ ଅକମଲଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନିକଟରେ ଏହାର ଅବଧି ଶେଷ ହୋଇଥିଲା।
୩୧ ବର୍ଷୀୟ ଏହି କ୍ରିକେଟର ଉତ୍ତର କ୍ରିକେଟ କାଲିଫର୍ଣ୍ଣିଆ ଆସୋସିଏଶନ ସହ ଏକ ସ୍ବଳ୍ପ ମିଆଦି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହାକୁ ଭବିଷ୍ୟତରେ ବଢ଼ାଇବାର ସେ ବିକଳ୍ପ ରଖିଛନ୍ତି। ଏହାଦ୍ୱାରା ପାକିସ୍ତାନ କ୍ରିକେଟ ସହ ତାଙ୍କର ସମ୍ପର୍କ ଶେଷ ହେବ ବୋଲି କୁହାଯାଉଛି।