Categories: ଜାତୀୟ

ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ଜେଏନ୍‌ୟୁ ଛାତ୍ର ଅଭିଯୁକ୍ତ ଉମର ଖାଲିଦଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର କର୍କାଡୋମା କୋର୍ଟ ଉମର ଖାଲିଦଙ୍କୁ ଏକ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭଉଣୀଙ୍କ ବିବାହରେ ଯୋଗଦେବା ପାଇଁ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ବିବାହରେ ଯୋଗଦେବା ପାଇଁ ଅଭିଯୁକ୍ତ ଉମର ଦୁଇ ସପ୍ତାହ ପାଇଁ କୋର୍ଟରୁ ଜାମିନ ମାଗିଥିଲେ। କିନ୍ତୁ କୋର୍ଟ ଏକ ସପ୍ତାହ ଅର୍ଥାତ ଡିସେମ୍ବର ୨୩ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି।

Share