Posted inଜାତୀୟ

ଉମର ଖଲିଦଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୮।୧୨: ଦିଲ୍ଲୀ ଦଙ୍ଗା ସହ ଜଡିତ ଏହି ମାମଲାରେ ଅଭିଯୁକ୍ତ ଉମର ଖଲିଦ ବୁଧବାର କୋର୍ଟରୁ ଏକ ବଡ ଆଶ୍ୱସ୍ତି ପାଇଛନ୍ତି। ଦିଲ୍ଲୀର କର୍କରଡୁମା କୋର୍ଟ ତାଙ୍କୁ ସାତ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୮ ଡିସେମ୍ବରରୁ ୩ ଜାନୁୟାରୀ ପର୍ଯ୍ୟନ୍ତ ଉମର ଖଲିଦଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ତାଙ୍କ ସମ୍ପର୍କୀୟ ଭାଇ ଓ ଭଉଣୀଙ୍କ ବିବାହରେ ଯୋଗଦେବା ପାଇଁ ଉମର ଖଲିଦ ୧୦ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ।

ଏହି ମାମଲାରେ ପୋଲିସ ଏହାର ଉତ୍ତର ଉପସ୍ଥାପନ କରିବାକୁ ସମୟ ମାଗିଥିଲା। ୨୦୨୦ ଦିଲ୍ଲୀ ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଉମର ଖଲିଦଙ୍କୁ ୧୩ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ସେ ଚାରି ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି।
ଉମର ଖାଲିଦ ମଧ୍ୟ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ନିମ୍ନ ଅଦାଲତଙ୍କ ନିକଟକୁ ଯିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଏହା ପରେ ଉମର ତାଙ୍କ ଆବେଦନ ପ୍ରତ୍ୟାହାର କରିନେଲେ। ଖଲିଦଙ୍କୁ ଆଇପିସି, ୧୯୬୭ ଆର୍ମସ ଆକ୍ଟ ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ଅଭିଯୋଗ କରାଯାଇଛି। ଏହା ବ୍ୟତୀତ ଆଇପିସିର ବିଭିନ୍ନ ବିଭାଗରେ ଚାର୍ଜ ମଧ୍ୟ ପଞ୍ଜିକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଡ଼ିଆ ତେଲ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଉପକୃତ ହେବେ ସାଧାରଣ ଲୋକ

ନୂଆଦିଲ୍ଲୀ,୧୮ା୧୨: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନଡ଼ିଆ ତେଲକୁ ମହଙ୍ଗା ହେବାରୁ ଅଟକାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ସଞ୍ଜୟ କୁମାର ଏବଂ...

ସଂସଦରେ ସରକାର ବିରୋଧୀ ମୁହାଁମୁହିଁ, ଏପଟେ ରାହୁଲଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୮।୧୨: ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ନେତା ତଥା କଂଗ୍ରେସ...

ଚାଇନାର ଚାଲ ଉପରେ ଭାରି ପଡିବ ଭାରତ-ଶ୍ରୀଲଙ୍କା ବନ୍ଧୁତ୍ୱ? ରାଷ୍ଟ୍ରପତି ଦିସାନାୟକେ ଦେଲେ ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୮।୧୨: ପୌରାଣିକ କାହାଣୀ ରାମାୟଣକୁ ଛାଡି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ଅନେକ ଶହ ବର୍ଷ ପୁରୁଣା । ତୃତୀୟ ଶତାବ୍ଦୀରେ ଭାରତରୁ ବୌଦ୍ଧ...

ଏକ ରାଷ୍ଟ୍ର ଏକ ନିର୍ବାଚନ: ପ୍ରିୟଙ୍କାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ଲୋକ ସଭାରେ ଏକ ରାଷ୍ଟ୍ର ଏକ ନିର୍ବାଚନ ପାଇଁ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ ଆଗତ...

ମୋ ପାଖରେ ରହିଛି କଂଗ୍ରେସର ପାପର ତାଲିକା: ମୋଦି

ନୂଆଦିଲ୍ଲୀ,୧୮।୧୨: ବିଆର ଆମ୍ବେଦକରଙ୍କ ଉପରେ ମନ୍ତବ୍ୟକୁ ନେଇ ସଂସଦରେ ଉତ୍ତେଜନା ଦେଖାଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ବୁଧବାର...

ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ, ଅର୍ଥମନ୍ତ୍ରୀ ଦେଲେ ବିସ୍ଫୋରକ ତଥ୍ୟ

ନୂଆଦିଲ୍ଲୀ,୧୮।୧୨: ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଠାରୁ ବଡ଼ ଆକାରର ସମ୍ପତ୍ତି ଜବତ। ଦେଶରେ ବ୍ୟାଙ୍କଗୁଡିକୁ ଚୂନା ଲଗାଇ ଏମାନେ ଦେଶ ଛାଡିଥିଲେ। ଏବେ...

ଆଉ ଏକ ବଡ଼ ଗ୍ୟାରେଣ୍ଟି ଦେଲେ କେଜ୍‌ରିଓ୍ବାଲ: ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଆମ ଆଦ୍‌ମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର...

ଅଯୋଗ୍ୟ ହୋଇଯିବେ କି ଭାଜପାର ଏହି ବରିଷ୍ଠ ନେତାମାନେ, ନିୟମ କହୁଛି…

ନୂଆଦିଲ୍ଲୀ,୧୮।୧୨: ସଂସଦରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଗତ ହେବା ସମୟରେ ଭାଜପାର ୨୦ରୁ ଅଧିକ ଏମପି ଅନୁପସ୍ଥିତ ରହିଥିଲେ। ତେବେ ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri