ଉମରଙ୍କୁ ଡେଟ୍‌ କରୁଛନ୍ତି ସବା !

ବମ୍ବେ: ବିଗ୍‌ବସ୍‌ ୧୫ର ପ୍ରତିଯୋଗୀ ଉମର ରିୟାଜ ଏବେ ଚର୍ଚ୍ଚାରେ। ସେ ବିଗ୍‌ବସ୍‌ର ପୂର୍ବ ପ୍ରତିଯୋଗୀ ସବା ଖାନ୍‌ଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ଉମରଙ୍କ ଭାଇ ଆସିମଙ୍କୁ ସବା ଜାଣନ୍ତି। ଉଭୟ ‘ଗୁନାହ୍‌ କର୍‌ଦେ’ ଗୀତରେ ଏକାଠି କାମ କରିଥିଲେ। ସେବେଠାରୁ ଉମରଙ୍କ ପରିବାର ମଧ୍ୟ ସବାଙ୍କୁ ଜାଣନ୍ତି। ନିକଟରେ ସବା ଏକ ଭିଡିଓ ଶେୟାର କରି ଉମରଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି।

ଜୟପୁରର ସବା ନିଜର ସ୍ବପ୍ନ ପୂରଣ କରିବାକୁ ମୁମ୍ବାଇ ଯିବା ପୂର୍ବରୁ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବିଗ୍‌ବସ୍‌ ପରେ ତାଙ୍କ ପରିଚିତି ମିଳିଥିଲା। ସେଠାରୁ ବାହାରି ସବା ମନିଷ ଗୋପଲାନୀଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ କାମ କରିଥିଲେ। ପରେ ସେ ଉମରଙ୍କ ସହ ନଜର ଆସିଥିଲେ। ଗୀତର ଶୁଟିଂ ସେଟ୍‌ରେ ଉମରଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଉଭୟଙ୍କ ଯୋଡ଼ି ସମସ୍ତଙ୍କ ମନ ଜିଣିଥିଲା।

Share