ଅମ୍ବ୍ରେଲା ଫ୍ୟାଶନ

ଆଜିର ଯୁବପିଢି ବେଶ୍‌ ଫ୍ୟାଶନ୍‌ ପ୍ରିୟ। ଆଉଟଫିଟ୍‌ରୁ ଆରମ୍ଭ କରି ଆସେସରିଜ୍‌ ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କୁ ଲୋଡ଼ା ଭଳିକି ଭଳି ଫ୍ୟାଶନ୍‌। ଯେଉଁଥିରୁ ବାଦ୍‌ ପଡ଼ିନି ସେମାନଙ୍କର ଛତା ସିଲେକ୍ସନ। ଆଉ ସେମାନଙ୍କ ଡିମାଣ୍ଡକୁ ଆଖି ଆଗରେ ରଖି ମାର୍କେଟ୍‌ରେ ବି ମିଳୁଛି ବିଭିନ୍ନ ରଙ୍ଗ ଏବଂ ଡିଜାଇନ୍‌ର ଛତା….

ଫ୍ଲାଓ୍ବାର ଅମ୍ବ୍ରେଲା: ପୂର୍ବରୁ ଫ୍ଲାଓ୍ବାର୍‌ ପ୍ରିଣ୍ଟ ଛତା ମାର୍କେଟ୍‌ରେ ଅନେକ ମିଳୁଥିଲା। ହେଲେ ବର୍ତ୍ତମାନ ଗ୍ରାହକଙ୍କ ପସନ୍ଦ ଏବଂ ଡିମାଣ୍ଡକୁ ଆଖି ଆଗରେ ରଖି ଛତା କମ୍ପାନୀଗୁଡିକ ବିଭିନ୍ନ ଫ୍ଲାଓ୍ବାର୍‌ ଶେପ୍‌ ଛତା ମଧ୍ୟ ପ୍ରସ୍ତୁତ କରୁଛନ୍ତି, ଯାହା କି ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ଆକର୍ଷଣୀୟ। ଯୁବତୀମାନେ ବର୍ତ୍ତମାନ ଏହି ଛତା ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।
ହାର୍ଟ ଶେପ୍‌ ଅମ୍ବ୍ରେଲା: ଏହି ଛତା ଦେଖିବାକୁ ଖୁବ୍‌ ସୁନ୍ଦର । ବିଶେଷ କରି ଯୁବତୀମାନେ ଏହାକୁ ସର୍ବାଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହି ଛତାରେ ପିଙ୍କ୍‌, ରେଡ୍‌, ପର୍ପଲ, ଲାଇମ୍‌ ଗ୍ରୀନ୍‌, ବ୍ଲୁ କଲରର ଡିମାଣ୍ଡ ବେଶି।
ସ୍କୋୟାର ଅମ୍ବ୍ରେଲା: ଗୋଲ ପରିବର୍ତ୍ତେ ଚାରିକଣିଆ ଏହି ଛତାର ଲୁକ୍‌ ଖୁବ୍‌ ନିଆରା। ଯୁବତୀଙ୍କ ତୁଳନାରେ ଯୁବକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଟ୍ରାନ୍ସପରେଣ୍ଟ ଛତା: ବର୍ଷାରେ ଯିବା ବେଳେ ଓଦା ନ ହୋଇ ବର୍ଷାର ମଜା ନେବାକୁ ପସନ୍ଦ କରୁଥିବା ଯୁବପିଢି ଟ୍ରାନ୍ସପରେଣ୍ଟ ଛତା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଛତାର ଡିମାଣ୍ଡ ମଧ୍ୟ ମାର୍କେଟ୍‌ରେ ବେଶି ରହିଛି।
ବ୍ଲଣ୍ଟ ଏକ୍ସଏସ୍‌: ଛତା ଯେତେ ସୁନ୍ଦର ହୋଇଥାଉନା କାହିଁକି କେବେ କେବେ ଏଥିରେ ଥିବା ମୁନିଆ ଅଗ୍ରଭାଗଗୁଡିକ ଯୋଗୁ ଆଘାତ ଲାଗିବାର ଆଶଙ୍କା ଥାଏ। ହେଲେ ବ୍ଲଣ୍ଟ ଏକ୍ସଏସ୍‌ ଛତାରେ ଏହି ମୁନିଆ ଅଗ୍ରଭାଗ ନ ଥିବାରୁ ଏହା ଦେଖିବାକୁ ଅପେକ୍ଷାକୃ ସୁନ୍ଦର ଲାଗିଥାଏ। ତା’ଛଡା ଭିଡରେ ବି ଏହାକୁ ଧରିଲେ କୌଣସି ଅଘଟଣ ଘଟିବାର ଆଶଙ୍କା ନ ଥାଏ। ଏହି ଛତା ଖୁବ୍‌ ମଜଭୁତ୍‌ ତେଣୁ ଅଧିକ ପବନରେ ହଠାତ୍‌ ଉଡିଯାଇ ନ ଥାଏ ା ଏହା ଏରୋଡାଇନୋମିକ୍‌ ଡିଜାଇନ୍‌। ସବୁଠୁ ମଜାଦାର କଥା ହେଲା ହଜିଗଲେ ଏହାକୁ ଏକ ଆପ୍‌ ସାହାଯ୍ୟରେ ଖୋଜା ମଧ୍ୟ ଯାଇପାରେ।
ସେଞ୍ଜ ଅରିଜନାଲ: ଏହିଛତା କେବଳ ଜଣେ ହିଁ ବ୍ୟବହାର କରିପାରିବେ। ଏହାର ସ୍ପୋକ୍ସ ଅନ୍ୟକୁ କ୍ଷତି ଯେପରି ନ ପହଞ୍ଚାଇବା ଭଳି ପ୍ରସ୍ତୁତ ହୋଇଛି। ଏହା ମୁଣ୍ଡ ପାଖରେ ଅଳ୍ପ ଗୋଲ ହୋଇ ପିଠି ଆଡକୁ ଲମ୍ବିଛି। ତେଣୁ ବର୍ଷା ପାଣି ଦେହରେ ପଡି ନ ଥାଏ। ଏଭଳି ଆକାର ଲାଗି ଏହି ଛତାର ଦାମ୍‌ ଅଧିକ ଏବଂ ଏହା ଅଧିକ ଆଇକ୍ୟାଚି ମଧ୍ୟ।
ଡବଲ୍‌ ଅମ୍ବ୍ରେଲା: ବର୍ଷାରେ ଗୋଟିଏ ଛତାରେ ଏକାଠି ବୁଲିବାର ମଜା ନେବାକୁ ଅନେକ ଯୁବପିଢି ଖୁବ୍‌ ଭଲପାନ୍ତି। ଆଉ ଏମିତିରେ ବିଭିନ୍ନ ଛତା କମ୍ପାନୀ ସ୍ପେଶାଲ ଡିଜାଇନ୍‌ର ଡବଲ୍‌ ଛତା ପ୍ରସ୍ତୁତ କରୁଛନ୍ତି। ଏ ଛତା ଗୋଲ ନ ହୋଇ ଏହାର ଉଭୟ ପାର୍ଶ୍ୱ ଅପେକ୍ଷାକୃତ ଅଧିକ ଲମ୍ବା ଥାଏ।