କଂଗ୍ରେସ ଛାଡ଼ିଲେ ଉମେଶ

ବରୀ,୩ା୧ (ଡି.ଏନ.ଏ.):ସୋମବାର କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଉମେଶ ଜେନା ା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଦଳ ତାଙ୍କୁ ଅଣଦେଖା କରିଛି ା କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାଯାଉନାହିଁ ା ଏପରି ସ୍ଥିତିରେ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ା ସେ ନିଜ ଇସ୍ତଫା ସମ୍ପର୍କରେ ବି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉମେଶ ଗତ ସାଧାରଣ ନିର୍ବାଚନରେ ଜାତୀୟ କଂଗ୍ରେସରୁ ଯାଜପୁର ଜିଲା ବରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ। ଏ ସଂକ୍ରାନ୍ତରେ ଉମେଶଙ୍କୁ ନିଜର ଆଗାମୀ ରାଜନୈତିକ ସ୍ଥିତି ସମ୍ପର୍କରେ ପଚାରିବାରୁ ମୋର ଶୁଭେଚ୍ଛୁ, ସମର୍ଥକମାନଙ୍କ ସହ ଆଲୋଚନା କରି କ’ଣ ନିଷ୍ପତ୍ତି ନେବି ତାହା ସମୟ କହିବ। ଅନ୍ୟପକ୍ଷେ ଉମେଶ ଦଳ ଛାଡିବା ପରେ ବରୀରେ ବୁଡିଯାଉଥିବା କଂଗ୍ରେସର କିଏ ମଙ୍ଗୁଆଳ ସାଜିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ା

Share