Categories: ଜାତୀୟ

ଉମେଶ ପାଲ୍‌ ହତ୍ୟା ମାମଲା: ଆତିକ୍‌ ଅହମଦଙ୍କ ଓକିଲ ଗିରଫ

ପ୍ରୟାଗରାଜ,୩୦ା୭: ଉମେଶ ପାଲ୍‌ ହତ୍ୟା ମାମଲାରେ ପୋଲିସ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ୍‌ ଅହମଦଙ୍କ ଓକିଲ ବିଜୟ ମିଶ୍ରାଙ୍କୁ ରବିବାର ଗିରଫ କରିଛି। ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଲକ୍ଷ୍ନୌର ଏକ ହୋଟେଲ ବାହାରୁ ମିଶ୍ରାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାରେ ଉମେଶ ପାଲ୍‌ ମୁଖ୍ୟ ସାକ୍ଷୀ ଥିଲେ। ତାଙ୍କୁ ଓ ତାଙ୍କର ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗତ ଫେବୃୟାରୀ ୨୪ରେ ହତ୍ୟା କରାଯାଇଥିଲା। ଉକ୍ତ ମାମଲାରେ ଅହମଦ ଏବଂ ଅଶ୍ରଫ ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ଗତ ଏପ୍ରିଲରେ ସେମାନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Share