Categories: ଖେଳ

ବର୍ଡର-ଗାଭାସ୍କର ସିରିଜ ମଝିରେ ଶୋକରେ ବୁଡ଼ିଲା ଟିମ୍‌ ଇଣ୍ଡିଆ, ପିତାଙ୍କୁ ହରାଇଲେ ଏହି…

ନୂଆଦିଲ୍ଲୀ,୨୩।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ମଧ୍ୟରେ ଟିମ୍‌ ଇଣ୍ଡିଆର ତାରକା ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ବୁଧବାର ୭୪ ବର୍ଷ ବୟସରେ ତାଙ୍କ ପିତା ତିଳକ ଯାଦବଙ୍କ ଦେହାନ୍ତ ହୋଇଛି। ସେ କିଛି ମାସ ଧରି ଅସୁସ୍ଥ ଥିଲେ। ଚିକିତ୍ସା ସତ୍ତ୍ୱେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଘରକୁ ଫେରାଇ ନିଆଯାଇଥିଲା। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଉମେଶଙ୍କୁ ବର୍ଡର-ଗାଭାସ୍କର ସିରିଜ ଲାଗି ଦଳରେ ସାମିଲ କରାଯାଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଏଭଳି ପରିସ୍ଥିତିକୁ ଦେଖି ସେ ନାଗପୁର ଫେରିବେ ବୋଲି କୁହାଯାଉଛି।

କହିରଖୁଛୁ, ଉମେଶ ଗତ ବର୍ଷ ବାଲାଂଦେଶ ବିପକ୍ଷରେ ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ମୋଟ ୭ ଉଇକେଟ ନେଇଥଇଲେ। ଏହାପରେ ସେ ରଣଜୀ ଟ୍ରଫିରେ ବିଦର୍ଭ ବନାମ ପଞ୍ଜାବର ମୁକାବିଲାରେ ସାମିଲ ହୋଇଥିଲେ। ହେଲେ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳି ନ ଥିଲା। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ଟେଷ୍ଟ ସିରିଜରେ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ଯଦି ଆମେ ଉମେଶଙ୍କ କ୍ରିକେଟ କ୍ୟାରିୟର ବିଷୟରେ କହିବା, ତେବେ ସେ ମୋଟ ୫୪ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୧୬୫ ଉଇକେଟ ନେଇଛନ୍ତି।

Share