Categories: ଖେଳ

ଭାରତୀୟ ଦଳ ପାଇଁ ଖରାପ ଖବର

ମେଲବୋର୍ନ,୨୮।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ସ୍ଥିତି ମଜଭୁତ ରହିଛି। ପ୍ରଥମ ଇନିଂଶରେ ୧୩୧ ରନ୍‌ର ଅଗ୍ରଣୀ ହାସଲ ପରେ ଦ୍ୱିତୀୟ ଇନିଂଶରେ ଭାରତୀୟ ବୋଲ୍‌ର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଭାରୀ ପଡିଛନ୍ତି। ସେପଟେ ଭାରତୀୟ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ପେସ୍‌ ବୋଲର୍‌ ଉମେଶ ଯାଦବ ଆହତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମାଂଶପେଶୀ ମୋଡି ହୋଇଯାଇଥିବା ଜଣାପଡିଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂଶରେ ଭାରତକୁ ପ୍ରଥମ ସଫଳତା ଦେଇଥିବା ଉମେଶ ୪ର୍ଥ ଓଭର ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ। ପରେ ତାଙ୍କୁ ପଡିଆରୁ ବାହରକୁ ନିଆଯାଇଥିଲା। ଭାରତୀୟ କ୍ରିକେଟ୍‌ ବୋର୍ଡ(ବିସିସିଆଇ) ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share