ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ”

ଭୁବନେଶ଼୍ବର, ୮/୬: ବିଜେଡି ନେତା ଉମା ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଉମା ତାଙ୍କର ଅସନ୍ତୋଷର ପେଡ଼ି ଖୋଲିଛନ୍ତି। ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିବା ସେ କହିଛନ୍ତି । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ ତାଙ୍କୁ ଚକ୍ରାନ୍ତ କରି ବ୍ରହ୍ମଗିରିରୁ ଛିଡ଼ାହେବାକୁ କୁହାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ଡାକି ବ୍ରହ୍ମଗିରିରୁ ଲଢ଼ିବାକୁ କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛ ଯଦି ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସେ ତାଙ୍କ ବୟାନରେ କହିଛନ୍ତି।

ସେଥିପାଇଁ ସେ ବାଧ୍ୟ ହୋଇ ବ୍ରହ୍ମଗିରିରୁ ବିଜେଡିର ପ୍ରାର୍ଥୀ ଭାବେ ଇଚ୍ଛା ନଥାଇ ବି ନିର୍ବାଚନ ଲଢ଼ିଥିଲେ । ଏତେ ବଡ଼ ଅଞ୍ଚଳ ଖୁବ୍‌ କମ୍‌ ସମୟ ମଧ୍ୟରେ କଭର୍‌ କରିବାକୁ ସେ ସମୟ ପାଇନଥିଲେ। ଯଦି ବ୍ରହ୍ମଗିରି ବଦଳରେ ସତ୍ୟବଦୀରୁ ନିର୍ବାଚନ ଲଢ଼ିଥାନ୍ତି ତେବେ ସେଠାରୁ ନିଶ୍ଚୟ ଜିତିଥାନ୍ତି ବୋଲି ଉମା ସାମନ୍ତରାୟ କହିଛନ୍ତି। ଏଥି ସହିତ ସେ ସବୁବେଳେ ସତ୍ୟବାଦୀ ଲୋକଙ୍କ ସହିତ ଥିଲେ ଏବଂ ରହିବେ ବୋଲି ପ୍ରକାଶ କରିଛନ୍ତି ।
ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଗୋପାଳ ଗସ୍ତରେ ଜିଲାପାଳ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ସାକ୍ଷୀଗୋପାଳ,୨୯।୮(କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ରୁପରେଖ ନେଇ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଏବଂ...

ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି)-ପୁରୀ ସମୁଦ୍ରରେ ଏକ ଅଜଣା କଣ୍ଟେନର ଦେଖିବାକୁ ମିଳିଛି। ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ଗଙ୍ଗାଦେବୀ ମନ୍ଦିର ପାଖ ବେଳାଭୂମିଠାରୁ ପ୍ରାୟ ୨୦୦...

ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ

ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ...

ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି…

ଭୁବନେଶ୍ୱର,୪ା୯: ବିଜେଡି ସୁପ୍ରିମୋ ବୁଧବାର ଭାଜପାକୁ କଡ଼ା ଟାର୍ଗେଟ୍‌ କରିଥିବା ବେଳେ ଭାଜପା ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଭାଜପାର ମୁଖପାତ୍ର ଉର୍ମିଳା ମହାପାତ୍ର...

ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ, କିନ୍ତୁ କାମରେ ଜିରୋ, କାହିଁକି ଏମିତି କହିଲେ ନବୀନ

ଭୁବନେଶ୍ୱର,୪ା୯: ଶଙ୍ଖ ଭବନରେ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଛନ୍ତି। ନବୀନ କହିଛନ୍ତି, ଭାଜପା ନିର୍ବାଚନ...

ଲୋକମାନେ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ, ଅଭିଯୋଗ ଆସିଲେ…

କଟକ,୪ା୯: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ...

ଆକ୍ସନ ମୋଡ୍‌ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା

ପୁରୀ,୩୧।୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…

ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri