Categories: ଖେଳ

ଆଇସିସି ନିୟମ ଉଲ୍ଲଂଘନ କରିଛନ୍ତି ଅମ୍ପାୟର ଯତୀନ

ଦୁବାଇ,୨୩।୫(ପି.ଟି.): ଭଟିଣ୍ଡାର ଜଣେ ଅମ୍ପାୟର ଯତୀନ କାଶ୍ୟପଙ୍କ ବିରୋଧରେ ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଛନ୍ତି। ୨୦୨୨ରେ କେତୋଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଉପରେ ତଦନ୍ତ ବେଳେ ଏହା ଜଣାପଡ଼ିଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ସୋମବାର ପ୍ରକାଶ କରିଛି। କାଶ୍ୟପ କି ପ୍ରକାର ଦୋଷ କରିଛନ୍ତି ଆଇସିସି ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ସ୍ପଷ୍ଟ କରିନାହିଁ। କାଶ୍ୟପ କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ୟାନେଲରେ ନାହାନ୍ତି। ପଞ୍ଜାବରେ ସେ ଜିଲାସ୍ତରୀୟ ମ୍ୟାଚ ପରିଚାଳନା କରିଥାନ୍ତି। ହେଲେ କାଶ୍ୟପ ଗତ ୪ ବର୍ଷ ହେଲା ଜିଲା ମ୍ୟାଚ୍‌ ପରିଚାଳନା କରିନାହାନ୍ତି।

Share