Posted inଖେଳ

ନିଶ୍ଚିନ୍ତ ଦୁର୍ଘଟଣାରୁ ନିଜକୁ ଏମିତି ବଞ୍ଚାଇଲେ ଅମ୍ପାୟାର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୭।୧୦: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୧ର ୧୮ତମ ମ୍ୟାଚରେ ଅମ୍ପାୟାର ଆଲିମ ଡାର ଦୁଇଥର ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଏହି ମ୍ୟାଚ୍‌ରେ ଅମ୍ପାୟାର୍‌ ଥିବା ଡାର୍‌ ଦୁଇଥର ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଅମ୍ପାୟାର କିପରି ଭାବରେ ତାଙ୍କ ଜୀବନ ରକ୍ଷା କରିଛନ୍ତି, ତାଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି।
କାରିବିଆନ ଇନିଂସର ୨୦ତମ ଓଭରରେ ଏହି ଦୁର୍ଘଟରା ଘଟିଥିଲା। ପ୍ରଥମେ ବ୍ୟାଟିଂ କରି ୱିଣ୍ଡିଜ ଦଳ ଆବଣ୍ଟିତ ଓଭରରେ ୮ ଉଇକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରିଥିଲା। ଶେଷ ଓଭରରେ କିରନ ପୋଲାର୍ଡ ଷ୍ଟ୍ରାଇକ କରିଥିଲେ ଏବଂ ସେ ପ୍ରିଟୋରିୟସଙ୍କ ବଲ୍‌ରେ ସିଧା ସଟ ଖେଳିଥିଲେ, ବଲ ଅମ୍ପାୟାର ଆଡକୁ ଦ୍ରୁତ ଗତିରେ ଆସିଥିଲା ଏବଂ ଡାର୍‌ ମଧ୍ୟ ଏହି ସଟ ଦ୍ୱାରା ଆଘାତରୁ ନିଜକୁ ରକ୍ଷା କରିବାକୁ ଯାଇ ତଳେ ପଡ଼ିଯାଇଥିଲେ।
ବଲ ବାଉଣ୍ଡ୍ରି ଆଡକୁ ଯାଉଥିଲା, ଯେତେବେଳେ ଫିଲ୍ଡର ରସି ଭାନ ଡେର୍‌ ଦୁସାନ ଏହାକୁ ଅଟକାଇ ଫିଙ୍ଗିଥିଲେ । ଏହି ଥ୍ରୋରେ ଡାର୍‌ ପୁନର୍ବାର ଏହି ଥ୍ରୋରେ ନିଜ ଜୀବନ ରକ୍ଷା କରିବା ପାଇଁ ତଳେ ପଡିଯାଇଥିଲେ। ମ୍ୟାଚ ବିଷୟରେ କହିବାକୁ ଗଲେ ଦକ୍ଷିଣ ଆଫ୍ରିକା ଦଳ ଏହି ମ୍ୟାଚ ରେ ୮ ଉଇକେଟରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧...

୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ

ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ...

ବୁମ୍‌ରାଙ୍କ ବିନା ଅଷ୍ଟ୍ରେଲିଆର ହୋଶ୍‌ ଉଡାଇଲା ଟିମ୍‌ ଇଣ୍ଡିଆ: ପ୍ରଥମ ଇନିଂସରେ ଆଗୁଆ

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୮୧ ରନ ଅଲଆଉଟ୍‌ ହୋଇଯାଇଥିଲା। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ...

ମ୍ୟାଚ୍‌ ମଝିରେ ହଠାତ୍‌ ମେଡିକାଲ ଗଲେ ବୁମ୍‌ରା: ଟିମ୍‌ ଇଣ୍ଡିଆର ବଢିଲା ସମସ୍ୟା

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢୁଥିବା ପରି ମନେ ହେଉଛି। ଏହି...

ଅଚାନକ ଅଧିନାୟକ ହୋଇଗଲେ ବିରାଟ କୋହଲି: ମ୍ୟାଚ୍‌ ମଝିରେ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଉଛି। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖାଯାଇଛି।...

ଗୋଟିଏ ଓଭରରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ସିଡନୀ,୪।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ଓଭରରେ ଦୁଇ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌...

ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ...

୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri