Categories: ଖେଳ

ବୁମ୍‌ରାଙ୍କ ରେକର୍ଡ ଭାଙ୍ଗିଲେ ଉମରାନ୍‌

ମୁମ୍ବାଇ,୪।୧: ଭାରତ ବିଜୟର ସହ ବର୍ଷ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ୨ ରନରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଶ୍ରୀଲଙ୍କା ଦଳ ୧୬୨ ରନ ଲକ୍ଷ୍ୟ ହାସଲ କରିପାରି ନ ଥିଲା ଏବଂ ଟିମ ଇଣ୍ଡିଆ ଦୁଇଟି ରନ୍‌ରେ ମ୍ୟାଚ ଜିତିଥିଲା। ଶିବମ ମାଭି ଭାରତୀୟ ଦଳର ବିଜୟର ହିରୋ ଥିଲେ ଏବଂ ଅନ୍ତର୍ଜାତୀୟ ଡେବ୍ୟୁରେ ୪ଟି ଉଇକେଟ ନେଇଥିଲେ। ତେବେ ପେସ୍‌ ବୋଲର୍‌ ଉମରାନ ମଲିକ ମଧ୍ୟ ଭଲ ବୋଲିଂ କରି ଦୁଇଟି ଉଇକେଟ ନେଇଥିଲେ। ମ୍ୟାଚ ପରେ ଉମରାନଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚ୍‌ରେ ଉମରାନ ୧୫୫ ବେଗରେ ଏକ ବଲ୍‌ ଫିଙ୍ଗିଥିଲେ। ଦ୍ରୁତତମ ବଲ ବୋଲିଂରେ ଉମରାନ ଭାରତୀୟ ବୋଲର୍‌ ଜଶପ୍ରୀତ୍‌ ବୁମ୍‌ରାଙ୍କ ରେକର୍ଡ ଭାଙ୍ଗିଥିଲେ। ବୁମରାଙ୍କ ଦ୍ରୁତତମ ବଲ ଘଣ୍ଟା ପ୍ରତି ୧୫୩.୩୬ କିଲୋମିଟର ବେଗରେ ବୋଲିଂ କରିଥିଲେ। ତାଙ୍କ ପରେ ମହମ୍ମଦ ଶାମି (୧୫୩.୩ କିଲୋମିଟର), ନବଦୀପ ସାଇନି (୧୫୨.୮୫ କିମି)।

Share