Categories: ଖେଳ

ଭିଜା ନ ମିଳିବାରୁ ଅଷ୍ଟ୍ରେଲିଆ ଯିବେ ନାହିଁ ଉମରାନ, କୁଲଦୀପ

ମୁମ୍ବାଇ,୧୩।୧୦: ଆଇପିଏଲ ୨୦୨୨ରେ ଚମତ୍କାର ବୋଲିଂ କରିଥିବା ଉମରାନ ମଲିକ ଏବଂ କୁଲଦୀପ ସେନ ଭିସା ନ ପାଇ କାରଣରୁ ଅଷ୍ଟ୍ରେଲିଆ ଯାଇପାରିବେ ନାହିଁ। ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳୁଥିବା ଦଳର ନେଟ ବୋଲର ଭାବରେ ମନୋନୀତ ହୋଇଥିଲେ, କିନ୍ତୁ ଅଷ୍ଟ୍ରେଲିଆ ପାଇଁ ଭିସା ପାଇବାରେ ବିଳମ୍ବ ହେତୁ ସେମାନଙ୍କ ନାମ ପ୍ରତ୍ୟାହାର କରାଯାଇପାରେ। ଉମରନ ବର୍ତ୍ତମାନ ଘରୋଇ ଟି-୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲି ଟ୍ରଫି ଖେଳୁଛନ୍ତି।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ସେମାନେ (ମଲିକ ଏବଂ କୁଲଦୀପ) ଆଉ ଅଷ୍ଟ୍ରେଲିଆ ଯିବେ ନାହିଁ କାରଣ ଅକ୍ଟୋବର ୧୭ ପରେ ଆଇସିସି ନେଟ ବୋଲର ଯୋଗାଇବ। ଆମେ ତାଙ୍କ ଭିସା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ କାର୍ଯ୍ୟ ଠିକ ସମୟରେ କରିପାରିଲୁ ନାହିଁ। ତେଣୁ ତାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳିବାକୁ କୁହାଯାଇଛି।

Share