ଆଇପିଏଲ ଇତିହାସରେ ଦ୍ୱିତୀୟ

ମୁମ୍ବାଇ,୬।୫: ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ବଲ୍‌ ବୋଲିଂ କରିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସର ୨୦ତମ ଓଭରର ଚତୁର୍ଥ ବଲ୍‌ ଉମରାନ୍‌ ୧୫୭ କିଲୋମିଟର ବେଗରେ ବୋଲିଂ କରିଥିଲେ। ଏହା ଆଇପିଏଲ ଇତିହାସର ଦ୍ୱିତୀୟ ଦ୍ରୁତତମ ବଲ୍‌ ବୋଲିଂ ରେକର୍ଡ। ଆଇପିଏଲ ଇତିହାସରେ ଦ୍ରୁତତମ ବଲ ବୋଲିଂର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍‌ଙ୍କ ନାମରେ ଅଛି। ସେ ୨୦୧୧ ଆଇପିଏଲରେ ୧୫୭.୭୧ କିଲୋମିଟର ବେଗରେ ବୋଲିଂ କରିଥିଲେ।

ଆଇପିଏଲ ଇତିହାସରେ ଦ୍ରୁତତମ ବଲ ବୋଲିଂ କରିବାର ରେକର୍ଡ
ଶନ ଟେଟ୍‌ (ଅଷ୍ଟ୍ରେଲିଆ) – ୧୫୭.୭୧ କିମି
ଉମରାନ୍‌ ମଲିକ (ଭାରତ) – ୧୫୭.୦୦ କି.ମି.
ଏନରିକ ନୋର୍ତଜେ(ଦକ୍ଷିଣ ଆଫ୍ରିକା) – ୧୫୬.୨୨ କିମି
ଉମରାନ୍‌ ମଲିକ (ଭାରତ) – ୧୫୬.୦୦ କି.ମି.
ଏନରିକ ନୋର୍ତଜେ (ଦକ୍ଷିଣ ଆଫ୍ରିକା) – ୧୫୫.୨୧ କିମି
ଉମରାନ ମଲିକ (ଭାରତ) – ୧୫୪.୬୦ କି.ମି.

ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ସମୟରେ ଉମରାନ୍‌ ୨୦ତମ ଓଭରରେ ୧୫୩ କିଲୋମିଟର କିମ୍ବା ତା’ଠାରୁ ଅଧିକ ବେଗରେ ୪ଟି ବଲ ଫିଙ୍ଗିଥିଲେ। ତେବେ ଏହି ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ରୋଭମାନ ପାଓ୍ବେଲ ୧୯ ରନ ସ୍କୋର କରିଥିଲେ। ଏହି ମ୍ୟାଚରେ ଉମରାନ୍‌ ୪ ଓଭରରେ ୫୨ ରନ ଦେଇଥିଲେ। ସେ ଗୋଟିଏ ଉଇକେଟ ମଧ୍ୟ ପାଇ ନ ଥିଲେ।

Share