ଡବଲିନ୍,୨୬।୬: ଡବଲିନ୍ରେ ଖେଳାଯିବାକୁ ଥିବା ଆୟାରଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି। ଶେଷ ଏକାଦଶରେ ଟିମ ଇଣ୍ଡିଆ ଉମରାନ ମଲିକଙ୍କୁ ସାମିଲ କରିଛି। ଉମରାନ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ ଖେଳିବେ। ସେ ଜଣେ ଦ୍ରୁତ ବୋଲର ଏବଂ ଆଇପିଏଲ ୨୦୨୨ ସମୟରେ ସେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଜମ୍ମୁ କଶ୍ମୀରର ଉମରାନ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦଳ ପରିଚାଳନା ତାଙ୍କୁ ଏକାଦଶ ଖେଳିବାରେ ସାମିଲ କରିଛନ୍ତି। ତାଙ୍କର ରେକର୍ଡ ଏପର୍ଯ୍ୟନ୍ତ ଭଲ ରହିଛି।
ଆଇପିଏଲ୍ ୨୦୨୨ରେ ଉମରାନ ସନରାଇଜର୍ସ ହାଇଦ୍ରାବାଦ ଦଳର ଏକ ଅଂଶ ଥିଲେ। ସେ ଗଗତ ସିଜିନରେ ଦ୍ରୁତତମ ବଲ ବୋଲିଂ ରେକର୍ଡ ଭାଙ୍ଗିଥିଲେ। ସେ ଏପର୍ଯ୍ୟନ୍ତ ଖେଳିଥିବା ୨୨ ଟି-୨୦ ମ୍ୟାଚରେ ୩୩ ଉଇକେଟ ନେଇଛନ୍ତି। ସେ ପ୍ରଥମ ଶ୍ରେଣୀ ମ୍ୟାଚ୍ର ୫ଟି ଇନିଂସରେ ୭ ଉଇକେଟ ନେଇଥିବା ବେଳେ ତାଲିକା ଏରେ ମଧ୍ୟ ଏକ ମ୍ୟାଚ ଖେଳିଛନ୍ତି। ବର୍ତ୍ତମାନ ସେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ।
A dream come true moment!!Congratulations to Umran Malik who is all set to make his T20I debut for #TeamIndia
He gets 🧢 No.98 #IREvIND pic.twitter.com/8JXXsRJFbW
— BCCI (@BCCI) June 26, 2022