Posted inଖେଳ

ଆଇପିଏଲରୁ ଡାଇରେକ୍ଟ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୦।୧୦: ଚଳିତ ଆଇପିଏଲରେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସିଥିଲେ ଉମରାନ ମଲିକ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ତେବେ ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ସେ ୟୁଏଇରେ ରହିବେ। ଏ ନେଇ ଶନିବାର ସନରାଇଜର୍ସ ହାଇଦ୍ରାବାଦ୍‌ର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ଜମ୍ମୁ-କଶ୍ମୀରର ଏହି ପେସରଙ୍କ ପାଖରେ ବିଶେଷ ଅଭିଜ୍ଞତା ନାହିଁ। ଚଳିତ ଆଇପିଏଲରେ ଉମ୍ରାନଙ୍କୁ ୩ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ଦେଇଥିଲା ହାଇଦ୍ରାବାଦ୍‌। ଏଥିରେ ସେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ସଭିଙ୍କୁ ଚମକାଇ ଦେଇଥିଲେ। କୋଭିଡ୍‌ କାରଣରୁ ହାଇଦ୍ରାବାଦ୍‌ ପେସର ଟି. ନଟରାଜନ ଖେଳିବା ପାଇଁ ଉପଲବ୍ଧ ନ ଥିବାରୁ ମଲିକଙ୍କ ସହ ସନରାଇଜର୍ସ ଶର୍ଟ ଟର୍ମ ଚୁକ୍ତି କରିଥିଲା। ହାଇଦ୍ରାବାଦ୍‌ର ଅଭିଯାନ ଶେଷ ହେବା ପରେ ମଲିକଙ୍କୁ ବିସିସିଆଇ ତା’ର ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ...

ତାମିଲନାଡୁ BJPର ନୂଆ ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ୍‌ କିଏ? ଜୟଲଳିତାଙ୍କ ଥିଲେ ଖାସ୍‌, ୨୦୨୬ରେ ଷ୍ଟାଲିନ୍‌ଙ୍କୁ…

ଚେନ୍ନାଇ,୧୧।୪: ଭାଜପାର ତାମିଲନାଡୁ ୟୁନିଟର ସଭାପତି ଭାବରେ ନୈନାର ନାଗେନ୍ଦ୍ରନ ନିର୍ବାଚିତ ହୋଇଛନ୍ତି। ସେ ତାମିଲନାଡୁ ଭାଜପା ୟୁନିଟର ୧୩ତମ ସଭାପତି ହୋଇଛନ୍ତି। ତାମିଲନାଡୁ ବିଧାନସଭାରେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ପୁଣି ହେବ ଉପନିର୍ବାଚନ!

ଭୁବନେଶ୍ୱର, ୧୧ା୪: ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ...

ଦିନକରେ ଦର ଆକାଶଛୁଆଁ, ପ୍ରାୟ ୧ ଲକ୍ଷରେ ପହଞ୍ଚିଲା ସୁନା!

ନୂଆଦିଲ୍ଲୀ,୧୧।୪: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନା ମୂଲ୍ୟ ବୃଦ୍ଧି...

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image