Categories: ଖେଳ

ନଟରାଜନଙ୍କ ସ୍ଥାନରେ ନୂଆ ପେସର

ଆବୁଧାବି,୨୪।୯: ଜମ୍ମୁ-କଶ୍ମୀରର ଡାହାଣହାତୀ ପେସର ଉମରାନ ମଲିକ ସନରାଇଜର୍ସ ହାଇଦ୍ରାବଦ୍‌ ଦଳରେ ସ୍ଥାନ ପାଇଛନ୍ତି। ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି କରିଛି ସନରାଇଜର୍ସ। ତେବେ ନଟରାଜନ ସୁସ୍ଥ ହୋଇ ଦଳରେ ଯୋଗ ନ ଦେଲା ପର୍ଯ୍ୟନ୍ତ ମଲିକ ହାଇଦ୍ରାବାଦ ଦଳର ଅଂଶ ହୋଇ ରହିବେ ବୋଲି ଆଇପିଏଲ ପକ୍ଷରୁ ବିବୃତି ଜାରି କରାଯାଇଛି।

ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଖେଳିସାରିଥିବା ନଟରାଜନ କୋଭିଡ୍‌-୧୯ରେ ସଂକ୍ରମିତ ଚିହ୍ନଟ ହେବା ପରେ ବିଜୟ ଶଙ୍କର ସମେତ ଫ୍ରାଞ୍ଚାଇଜର ୬ ଜଣ ସଦସ୍ୟଙ୍କୁ ଆଇସୋଲେଶନରେ ରଖାଯାଇଛି। ମଲିକ ଏପର୍ଯ୍ୟନ୍ତ ଗୋଟିଏ ଟି୨୦ ଓ ଲିଷ୍ଟ ଏ ମ୍ୟାଚ୍‌ ଖେଳିଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସେ ଖେଳିଥିବା ଏକମାତ୍ର ଟି୨୦ରେ ୩ ଉଇକେଟ ଅକ୍ତିଆର କରିଥିଲେ।

Share