ହମାସ-ଇସ୍ରାଏଲ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କଲା ଜାତିସଂଘ

ଓ୍ବାଶିଂଟନ,୨୫।୧୦: ହମାସ-ଇସ୍ରାଏଲ ଯୁଦ୍ଧରେ ଯୁଦ୍ଧବିରାମକୁ ନେଇ ମିଳିତ ଜାତିସଂଘ ମଙ୍ଗଳବାର (୨୪ ଅକ୍ଟୋବର) ଏକ ଉଚ୍ଚ ସ୍ତରୀୟ ବୈଠକ କରି ଯୁଦ୍ଧ ବନ୍ଦ କରିବାକୁ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛି। ହେଲେ ଇସ୍ରାଏଲ ଏହି ଅନୁରୋଧକୁ ଅସ୍ବୀକାର କରିଛି। ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଦାନ କହିଛନ୍ତି, ଜାତିସଂଘର ନେତୃତ୍ୱ ନେବା ପାଇଁ ଜାତିସଂଘର ମୁଖ୍ୟ ଶାସନ ସଚିବ ଉପଯୁକ୍ତ ନୁହଁନ୍ତି କାରଣ ସେ ଶିଶୁ, ମହିଳା ଏବଂ ବୃଦ୍ଧଙ୍କୁ ହତ୍ୟା ଅଭିଯାନ ପାଇଁ କୌଣସି ବୁଝାମଣା ଦେଖାଉ ନାହାଁନ୍ତି।

ଆମେରିକାର ରାଷ୍ଟ୍ରପତିଙ୍କୁ ପଚରାଯାଇଥିଲା କି ଗାଜାରେ ଗ୍ରାଉଣ୍ଡ ଅପରେଶନ ବିଳମ୍ବ କରିବାକୁ ଆମେରିକା ଇସ୍ରାଏଲ ଉପରେ ଚାପ ପକାଉଛି କି? ଏହାର ଉତ୍ତରରେ ସେ କହିଛନ୍ତି ଯେ ଇସ୍ରାଏଲ ନିଜର ନିଷ୍ପତ୍ତି ନିଜେ ନେଇପାରେ। ଆଇଡିଏଫ ମୁଖ୍ୟ, ଲେଫ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି କହିଛନ୍ତି ଯେ ମୁଁ ସ୍ପଷ୍ଟ ହେବାକୁ ଚାହୁଁଛି, ଆମେ ଗ୍ରାଉଣ୍ଡ ଅପରେଶନ ପାଇଁ ପ୍ରସ୍ତୁତ। ବୁଧବାର ଇସ୍ରାଏଲ ସେନା କହିଛି, ସିରିଆରୁ ଇସ୍ରାଏଲ ଆଡକୁ ରକେଟ ଉତକ୍ଷେପଣ ହେବା ପରେ ଏହାର ଜେଟ୍‌ ବିମାନ ସିରିଆ ସେନାର ଭିତ୍ତିଭୂମି ଏବଂ ମୋର୍ଟାର ଲଞ୍ଚ ଉପରେ ଆକ୍ରମଣ କରିଛି।

Share