ଜେନେଭା, ୧୬।୬ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଭାରତରେ କୌଣସି ପ୍ରକାର ହିଂସା ବନ୍ଦ କରିବାକୁ ନିବେଦନ କରିଛନ୍ତି। ଦୁଇ ପୂର୍ବତନ ଭାଜପା ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଭାରତରେ ବିରୋଧ ଏବଂ ହିଂସା ଘଟଣାରେ ପରେ ତାଙ୍କ ବିବୃତ୍ତି ଆସିଛି।
ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଷ୍ଟେଫେନ ଦୁଜାରିକ କହିଛନ୍ତି ଯେ ଧର୍ମ ପ୍ରତି ପୂର୍ଣ୍ଣ ସମ୍ମାନ ସପକ୍ଷରେ ଗୁଟେରସ ଅଛନ୍ତି। ଆପତ୍ତିଜନକ ମନ୍ତବ୍ୟ ପରେ ଭାରତରେ ହୋଇଥିବା ହିଂସା ସମ୍ପର୍କରେ ମିଳିତ ଜାତିସଂଘର ଆଭିମୁଖ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ଧର୍ମକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ଏବଂ କୌଣସି ପ୍ରକାରର ଘୃଣା ବକ୍ତବ୍ୟ ଏବଂ ଉତ୍ତେଜନା ଠାରୁ ଦୂରେଇ ରହିବା ଜରୁରୀ।
ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭଜପାର ଜାତୀୟ ମୁଖପାତ୍ର ନୁପୁର ଶର୍ମାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଦିଲ୍ଲୀର ମିଡିଆ ୟୁନିଟ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଥିଲା।