ନୂଆଦିଲ୍ଳୀ,୧୭।୧୦: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ମଙ୍ଗଳବାର ଭାରତ ୩ ଦିନିଆ ଗସ୍ତରେ ଆସିବେ। ଦ୍ୱିତୀୟଥର ପାଇଁ ଜାତିସଂଘର ମହାସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଟେରସ୍ଙ୍କ ଏହା ପ୍ରଥମ ଭାରତ ଗସ୍ତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୦୮ ଅକ୍ଟୋବର ୨୬ରେ ମୁମ୍ବାଇ ତାଜ୍ ହୋଟେଲ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସକାଶେ ସେ ଭାରତ ଆସୁଛନ୍ତି। ଆଇଆଇଟି ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଟେରସ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ୨୦ରେ ଗୁଜରାଟରେ ମିଶନ୍ ଲାଇଫ୍ (ଲାଇଫ୍ଷ୍ଟାଇଲ୍ ଫର୍ ଏନ୍ଭାରନ୍ମେଣ୍ଟ)ର ବୁକ୍ଲେଟ୍, ଲୋଗୋ ଏବଂ ଟାଗ୍ଲାଇନ୍ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସାମିଲ ହେବେ। ଏହାପୂର୍ବରୁ ୨୦୧୮ ଅକ୍ଟୋବର ୧ରେ ଗୁଟେରସ୍ ୪ ଦିନିଆ ଭାରତ ଗସ୍ତରେ ଆସିଥିଲେ।