ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ ଜୁଲାଇ ୧୨କୁ ମଲାଲା ଡେ’ ଭାବେ ଘୋଷଣା କରିଛି। ତେବେ ମଲାଲା ଦିବସ ପୂର୍ବରୁ ଅତ୍ୟାଚାର ବିରୋଧରେ ଲଢିଥିବା ୨୫ ଜଣ ସାହସୀ ଝିଅଙ୍କ ଉପରେ ଏକ ପୁସ୍ତକ ପ୍ରସ୍ତୁତ ହେବ ବୋଲି ପ୍ରକାଶକମାନେ ମତ ରଖିଛନ୍ତି। HarperCollins Indiaକୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୨୧ରେ ଏହା ମଲାଲା ପାଣ୍ଠି ଦ୍ୱାରା ପ୍ରକାଶ ପାଇବ ବୋଲି ଜଣାପଡିଛି। ଟେସ୍ ଥୋମାସ ଏହାର ସମ୍ପାଦନା କରିଥିବା ବେଳେ ଏହାର ଡିଜିଟାଲ ପ୍ରକାଶନ କରାଯିବ ଓ ଏଥିରେ ସ୍କୁଲ ପିଲାମାନେ କିପରି ସାମ୍ପ୍ରଦାୟିକ ସ୍ଥାନୀୟ ସମସ୍ୟାର ମୁକାବିଲା କରିବେ ଓ ପରବର୍ତ୍ତି ପିଢିକୁ ବାଟ ଦେଖାଇବେ ତାକୁ ଗୁରୁତ୍ୱ ଦିଆଯିବ।