କୋଭିଶିଲ୍ଡ ଟିକା ନେଲେ ୟୁଏନ୍‌ଜିଏ ଅଧ୍ୟକ୍ଷ

ଜାତିସଂଘ, ୨।୧୦: ଜାତିସଂଘ ସାଧାରଣ ସଭା ୭୬ତମ ଅଧିବେଶନର ଅଧ୍ୟକ୍ଷ ଅବଦୁଲ୍ଲା ଶହିଦ କୋଭିଶିଲ୍ଡ ଟିକା ନେଇଛନ୍ତି। ବ୍ରିଟିଶ-ସୁଇଡିଶ୍‌ ଔଷଧ କମ୍ପାନୀ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ଏବଂ ପୁଣେସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କୋଭିଶିଲ୍ଡ ଟିକାର ସେ ଦୁଇଟି ଡୋଜ୍‌ ନେଇଛନ୍ତି। କେତୋଟି ଦେଶ କୋଭିଶିଲ୍ଡକୁ ଗ୍ରହଣୀୟ କିମ୍ବା ଗ୍ରହଣୀୟ ନୁହେଁ ବୋଲି କହିବେ ତାହା ସେ ଜାଣନ୍ତି ନାହିଁ। ତେବେ କେତେକ ଦେଶରେ ଅଧିକାଂଶ ଲୋକ ଏହି ଟିକା ନେଇଥିବା ଶହିଦ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

Share