ଏଠାରେ କୌଣସି ମେଳା ହେଉନି: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବାଇଡେନଙ୍କ ବ୍ୟତୀତ ପହଞ୍ଚିଲେ ନାହିଁ ଆଉ କୌଣସି ବଡ ନେତା

ନ୍ୟୁୟର୍କ,୧୯।୯: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ନେତା ଅନୁପସ୍ଥିତ ରହିପାରନ୍ତି। କେବଳ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସାମିଲ ହେଉଛନ୍ତି। ଏହାକୁ ନେଇ ଏବେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟେନିଓ ଗୁଟେରସ କହିଛନ୍ତି କି ଏଠାରେ କୌଣସି ମେଳା ଚାଲୁନାହିଁ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସ୍ତରର ପ୍ରସଙ୍ଗ ଉପରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି, କୌଣସି ନେତାଙ୍କ ଉପସ୍ଥିତି ଅଧିକ ଗୁରୁତ୍ୱ ରଖେ।

Share