ନୂଆଦିଲ୍ଲୀ, ୧୨ା୧୨: ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ହେଲ୍ପ ଏଜ ଇଣ୍ଡିଆକୁ ୟୁଏନ୍ ପପୁଲେଶନ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଦ ୟୁନାଇଟେଡ ନେଶନ୍ସ ପପୁଲେଶନ ଫଣ୍ଡ(ୟୁଏନ୍ଏଫ୍ପିଏ), ଇଣ୍ଡିଆର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ ପିକିନ ହେଲ୍ପଏଜ ଇଣ୍ଡିଆର କାର୍ଯ୍ୟନିର୍ବାହୀ ରୋହିତ ପ୍ରସାଦଙ୍କୁ ମାନପତ୍ର ସହ ସ୍ବର୍ଣ୍ଣପଦକ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକଙ୍କ ସମସ୍ୟା ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗକୁ ଆସିବା ଗୌରବର କଥା ବୋଲି ହେଲ୍ପଏଜ ଇଣ୍ଡିଆର ଚେୟାରମ୍ୟାନ କିରଣ କାରନିକ କହିଛନ୍ତି।