ଭାରତ ସରକାରଙ୍କୁ ପ୍ରଶଂସା କଲା ୟୁଏନ୍‌, ଭାରତକୁ ଏହି ଲିଷ୍ଟରୁ ଦେଲା ବାଦ୍‌

ଜାତିସଂଘ,୩୦।୬:ମିଳିତ ଜାତିସଂଘରୁ ଭାରତକୁ ଏକ ଚିନ୍ତାଜନକ ତାଲିକାରୁ ବାଦ୍‌ ଦିଆଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଏନେଇ ସୂଚନା ଦେଇଛନ୍ତି। ‘ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ’ ପ୍ରସଙ୍ଗରେ ଦୀର୍ଘ ୧୩ବଷର୍ର୍ ପରେ ୨୦୨୩ ବାର୍ଷିକ ରିପୋର୍ଟରୁ ଭାରତର ନାମକୁ ବାହାର କରାଯାଇଛି। ଜାତିସଂଘ ଅନୁସାରେ ଭାରତ ସରକାର ଶିଶୁଙ୍କ ସୁରକ୍ଷା ପାଇଁ ଉତ୍ତମ ପଦକ୍ଷେପ ନେଇଛନ୍ତି ବୋଲି ଏହି ସଦ୍ୟତମ ରିପୋର୍ଟରେ ତାର ସଫଳ ରୁପାୟନ ଦେଖାଯାଇଛି।
ଜାତିସଂଘର ମହାସଚିବ ଜମ୍ମୁ କଶ୍ମୀର, ଛତିଶଗଡ, ଆସାମ, ଝାଡଖଣ୍ଡ ଏବଂ ଓଡିଶାରେ ଶିଶୁଙ୍କ ସୁରକ୍ଷା ପାଇଁ କରାଯାଇଥିବା କାର୍ଯ୍ୟକୁ ନେଇ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁ କଶ୍ମୀରରେ ଶିଶୁ ଅଧିକାର ସୁରକ୍ଷା ପାଇଁ ‘ଜମ୍ମୁ କଶ୍ମୀର’ ଆୟୋଗ ଗଠନକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Share