କୃଷ୍ଣସାଗର ଚୁକ୍ତିରେ ରୁଷିଆ ପୁଣିଥରେ ସାମିଲ ହେବା ଉଚିତ୍‌, ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟୁଏନ୍‌ ମହାସଚିବ

ମସ୍କୋ,୧।୯: ଗତ ଦେଢ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ରୁଷିଆ କହିଥିଲା ଯେ, ସେ କୃଷ୍ଣସାଗରରେ ନିଜର ବନ୍ଦରଗୁଡିକ ମାଧ୍ୟମରେ ୟୁକ୍ରେନ ଶସ୍ୟକୁ ସୁରକ୍ଷିତ ଭାବେ ନେବାକୁ ଅନୁମତି ଦେବ ନାହିଁ। ଏହାର ଅର୍ଥ ରୁଷିଆ କୃଷ୍ଣସାଗର ଶସ୍ୟ ଚୁକ୍ତିରୁ ବାହାରି ଆସି ସାରିଛି।

ଗୁରୁବାର ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ, ସେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭଙ୍କୁ କୃଷ୍ଣସାଗର ଚୁକ୍ତିରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଏଥି ସହିତ ସେ କୃଷ୍ଣସାଗର ଚୁକ୍ତିରେ ଯୋଗଦେବା ପାଇଁ ଏକ ପ୍ରସ୍ତାବ ମଧ୍ୟ ପଠାଇଛନ୍ତି। ବିଶ୍ୱର ଖାଦ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ କୃଷ୍ଣସାଗର ଶସ୍ୟ ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା

Share