୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ଥିବ ପ୍ଲାଷ୍ଟିକ

ୱାଶିଂଟନ,୧୦ ।୭: ଏବେ ଆମର ଆଧୁନିକ ଜୀବନ ଶୈଳି ଯଦିଓ ଆମ ଚାଲିଚଳନକୁ ସହଜ କରି ଦେଇଛି ହେଲେ ଏହାଦ୍ୱାରା ଆମେ ପ୍ଲାଷ୍ଟିକର ବ୍ୟବହାର ବେଳକୁ ବେଳ ଅଧିକ କରିବାରେ ଲାଗିଛୁ । ଏହି ପ୍ଲାଷ୍ଟିକ ଆଗାମୀ ଦିନରେ ଯେ କିଛିି ପ୍ରଜାତିରକୁ ଲୋପ କରିବାକୁ ଯାଉଛି ବୋଲି ଚେତାବନୀ ଦେଇଛି ସଂଯୁକ୍ତ ରାଷ୍ଟ୍ର ସଂଘ । କାରଣ ସାରା ବିଶ୍ୱରେ ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ଆଖିବୁଜା ଭାବେ ବଢି ଚାଲିଛି ।
ସଂଯୁକ୍ତ ରାଷ୍ଟ୍ର ସଂଘ ଚିନ୍ତା ପ୍ରକଟ କରିବା ସହ ଚେତାବନୀ ଦେଇ କହିଛି ଯେ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ପ୍ଲାଷ୍ଟିକ ଅଧିକ ପରିମାଣରେ ମିଳିବ । କାରଣ ସାରା ବିଶ୍ୱରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ସମ୍ପୂର୍ଣ୍ଣ ଭାବେ ରିସାଇକେଲ ହୋଇପାରୁ ନାହିଁ । ଏହାସହ ଅଧିକାଂଶ ପ୍ଲାଷ୍ଟିକ ଆବର୍ଜନା ସମୁଦ୍ରରେ ଫିଙ୍ଗି ଦିଆଯାଉଛି । ଫଳରେ ସମୁଦ୍ରର ପ୍ରଦୂଷଣ ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି ।
ସୂଚନାଯୋଗ୍ୟ, ସାରା ବିଶ୍ୱରେ ପ୍ରତିବର୍ଷ ୩୦ କୋଟି ଟନ ପ୍ଲାଷ୍ଟିକ ପ୍ରଡକଶନ କରାଯାଉଛି । ଏଥିରୁ ୧ କୋଟି ଟନ ପ୍ଲାଷ୍ଟିକ ସମୁଦ୍ରରେ ଛାଡି ଦିଆଯାଉଛି । ଆଉ ଏହି ମାଇକ୍ରୋପ୍ଲାଷ୍ଟିକକୁ ସମୁଦ୍ର ଜୀବ ନିଜର ଖାଦ୍ୟ ଭାବି ଖାଇ ଦେଉଛନ୍ତି । ଯାହାର ଫଳ ସ୍ୱରୂପ ପ୍ରତିବର୍ଷ ୧୦ କୋଟି ସମୁଦ୍ର ଜୀବଙ୍କର ମୃତ୍ୟୁ ହେଉଛି ।

Share