କୃଷ୍ଣ ସାଗରର ଚୁକ୍ତି ଉଲ୍ଳଂଘନ ନେଇ ରୁଷିଆକୁ ଜାତିସଂଘର ତେଚାବନୀ…

ଜେନେଭା/ମସ୍କୋ,୨୨।୭ : କୃଷ୍ଣ ସାଗର ଚୁକ୍ତିର ରୁଷିଆ ଓହରି ଯାଇଛି। ରୁଷିଆର ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି।

ଏସିଆରେ ଅଧିକାଂଶ ଗରିବ ଦେଶ ୟୁକ୍ରେନରୁ ସେମାନଙ୍କର ଖାଦ୍ୟଶସ୍ୟ ଆମଦାନି କରିଥାନ୍ତି। ବର୍ତ୍ତମାନ ମିଳିତ ଜାତିସଂଘର ସହାୟତା ମୁଖ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଏହା ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ହେବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅନାହାରର କାରଣ ହୋଇପାରେ। ଏହା ଏକ ଖରାପ ପରିସ୍ଥିତିର ବିପଦକୁ ଆଣିପାରେ।

ରୁଷିଆ କହିଛି କୃଷ୍ଣସାଗର ଚୁକ୍ତିରୁ ଓହରିଯିବାର ଦୁଇଟି କାରଣ ଅଛି। ପ୍ରଥମତଃ ନିଜସ୍ବ ଖାଦ୍ୟ ଏବଂ ସାର ରପ୍ତାନିରେ ଉନ୍ନତି ଆଣିବାକୁ ଦାବି ରୁଷିଆ ପୂରଣ କରିପାରି ନାହିଁ ଏବଂ ଦ୍ୱିତୀୟତଃ ୟୁକ୍ରେନର ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ଗରିବ ଦେଶରେ ପହଞ୍ଚି ନାହିଁ।
ଆମେରିକାର ଗହମ ନାମ ଏହି ସପ୍ତାହରେ ଚିକାଗୋରେ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ତେବେ ଏନେଇ ଜାତିସଂଘ ପକ୍ଷରୁ ରୁଷିଆକୁ ଚେତାବନୀ ଦିଆଯାଇଛି।

Share