Categories: ଜାତୀୟ

ସ୍ତ୍ରୀଙ୍କ କଥା ସହି ନ ପାରି ନିଜ କାର୍‌ରେ ନିଆଁ ଲଗାଇଦେଲେ ସ୍ବାମୀ

ଭରତପୁର,୨୨।୨: ମଧ୍ୟପ୍ରଦେଶର ଭରତପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଗାଳି ସହି ନ ପାରି କାର୍‌ରେ ନିଆଁ ଲଗାଇଦେଇଛନ୍ତି। କାର୍‌ ଜଳୁଥିବା ସମୟରେ ସମୟରେ ସ୍ତ୍ରୀଙ୍କୁ ଭିଡିଓ କଲରେ ଲାଇଭ ଘଟଣା ଦେଖାଇଥିଲେ। ଏହି ଘଟଣା ଭରତପୁର ସହରର କୋଟୱାଲୀ ଅଞ୍ଚଳର ଅଟେ। ମାମଲା ପୋଲିସ ପାଖରେ ପହଞ୍ଚିଛି। ପୋଲିସ ଏହାର ସମ୍ପୂର୍ଣ୍ଣ ତଦନ୍ତ କରୁଛି।
ସୂଚନାନୁସାରେ, କୋଟୱାଲି ପୋଲିସ ଷ୍ଟେସନ ଅଞ୍ଚଳର ନଦିଆ ମୋହଲାରେ ସୋମବାର ଜଣେ ପ୍ରବୀଣ ଶର୍ମା ନାମକ ଜଣେ ବ୍ୟକ୍ତି ନିଜ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। କାରଟି ନିଆଁରେ ପୋଡି ହୋଇଥିବାର ଦେଖି ସେଠାରେ ବହୁ ଲୋକ ଏକତ୍ରିତ ହୋଇଥିଲେ। କାରର ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ ଏହା ପାଖରେ ପାର୍କିଂ ହୋଇଥିବା ଅନ୍ୟ ଏକ କାରକୁ ଜାଳି ଦେଇଥିଲା। ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। କୋଟୱାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରବୀଣଙ୍କୁ ଗିରଫ କରିଥିଲା। ପ୍ରବୀଣଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ବିରୋଧରେ କୋଟୱାଲୀ ଥାନାରେ ମାମଲା ଦାୟର କରିଛନ୍ତି। ତାଙ୍କ ରିପୋର୍ଟରେ ସେ କହିଛନ୍ତି, ପ୍ରବୀଣ ତାଙ୍କୁ ପ୍ରତିଦିନ ହଇରାଣ କରୁଥିଲେ। କାର୍‌ କିଣିବାରେ ସେ ଟଙ୍କା ଦେଇଥିଲେ। କିନ୍ତୁ ପ୍ରବୀଣ ପ୍ରତିଦିନ ତାଙ୍କ କାମ ପାଇଁ ଗାଡିଟିକୁ ନେଉଥିଲେ। ମୋ ଟଙ୍କାରେ କିଣାଯାଇଥିବା କାର୍‌ ନ ଚଲାଇବାକୁ କହିବାରୁ ପ୍ରବୀଣ ରାଗିଯାଇ କାର୍‌ରେ ନିଆଁ ଲଗାଇଦେଇଥିଲେ।

Share