Advertisement

ହୋଇପାରୁନି ଡ୍ରେନେଜ୍‌, ସାମାନ୍ୟ ବର୍ଷାରେ ସ୍କୁଲରେ ଜମୁଛି ପାଣି

ତେନ୍ତୁଳିଖୁଣ୍ଟି, ୧୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଛି। ଜଳ ନିଷ୍କାସିତ ହୋଇ ନ ପାରି ତାହା ଜଳମଗ୍ନ ହୋଇ ରହୁଛି। ବିଦ୍ୟାଳୟ ଭିତରକୁ ଯିବା କଷ୍ଟ ସାଧ୍ୟ ହୋଇ ପଡୁଛି। କଷ୍ଟେମଷ୍ଟେ ଯିବା ପରେ ଓଦା ଡ୍ରେସ୍‌ରେ ବସି ପାଠ ପଢିବା ଛାତ୍ରୀଛାତ୍ରଙ୍କ ପାଇଁ ବେଶ୍‌ ମୁସ୍କିଲ ହେଉଛି। ପାଣି ଭିତରେ କୌଣସି ବିଷାକ୍ତ ସରିଶୃପ ଆସିବାର ଭୟ ଲାଗି ରହୁଛି। ଛାତ୍ରୀଛାତ୍ର ସୁରକ୍ଷା ପ୍ରତି କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଏଣୁ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା ସୁଧାରି ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel