Categories: ଜାତୀୟ

ବେକାରଙ୍କୁ ନିଯୁକ୍ତି ଦେଇପାରୁ ନଥିବା ଭାଜପା ସରକାର ୫ ମିନିଟର ବିଜ୍ଞାପନ ଫିଲ୍ମରେ ଖର୍ଚ୍ଚ କରିଛନ୍ତି ୪.୫ କୋଟିରୁ ଅଧିକ ଟଙ୍କା…

ବେଙ୍ଗାଲୁରୁ,୨୪।୧୦ : କର୍ନାଟକରେ ଶାସକ ଭାଜପା ଏକ ୫ ମିନିଟର ବିଜ୍ଞାପନ ଫିଲ୍ମ ପାଇଁ ୪.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏହି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ନିନ୍ଦା କରିଛି। ବେଙ୍ଗାଲୁରୁରେ ଆଗାମୀ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ (ଜିଆଇଏମ) କୁ ପ୍ରୋତ୍ସାହିତ କରିବା ପାଇଁ ୫ ମିନିଟର ଏକ ବିଜ୍ଞାପନ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ପ୍ରିୟଙ୍କଳୂ ଖାର୍ଗେ କହିଛନ୍ତି ଯେ ରାଜ୍ୟରେ ବେକାର ଯୁବବର୍ଗଙ୍କୁ ଚାକିରି ଯୋଗାଇବାରେ ବିଫଳ ହୋଇଥିବା ସରକାର ବିଜ୍ଞାପନ ପାଇଁ ଅତ୍ୟଧିକ ଖର୍ଚ୍ଚ କରୁଛନ୍ତି।

ଏକ ଟୁଇଟ, ସେ କହିଛନ୍ତି ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ। ଯୁବବର୍ଗ ବେକାର ରହିଥିବାବେଳେ ସରକାରଙ୍କ ଏଭଳି କାର୍ଯ୍ୟ ଦାୟିତ୍ୱହୀନ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ବର୍ତ୍ତମାନ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଭାଜପା ସରକାର ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି।

Share