ପହଞ୍ଚତ୍ପାରୁନି ପାଇପ୍‌ ପାଣି

ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡ଼ା ହରିଜନ ସାହିବାସୀ ସରକାରୀ ଯୋଜନାରେ ଏଯାଏ ଉପକୃତ ହୋଇନାହାନ୍ତି। ଗତ ୧୦ ବର୍ଷ ହେଲା ସାହିକୁ ପାଇପ୍‌ ପାଣି ଯୋଗାଣ ପାଇଁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଏଯାଏ ପାଣି ପହଞ୍ଚିପାରିନି। ଫଳରେ ନଳକୂଅ ଉପରେ ସାହିର ୩ଶହ ଲୋକ ନିର୍ଭର କରିଆସୁଛନ୍ତି। ତେବେ ୨ଟି ନଳକୂଅ ମଧ୍ୟରୁ ଗୋଟିଏ ଅଚଳ ହୋଇପଡ଼ିଥିବାରୁ ସମସ୍ୟା ବଢ଼ିଯାଇଛି।

କାଣ୍ଡସର ପଞ୍ଚାୟତରେ ପାଇପ୍‌ ଜଳ ପ୍ରକଳ୍ପ ରହିଛି। କିନ୍ତୁ କନ୍ୟାବେଡ଼ା ହରିଜନସାହି ଦୀର୍ଘବର୍ଷ ହେଲା ଉପେକ୍ଷିତ ହୋଇଆସିଛି। ସାହିକୁ କିପରି ପାଇପ୍‌ ପାଣି ଯୋଗାଇ ଦିଆଯିବ ସେ ନେଇ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଉ ନ ଥିବା ସାହିବାସୀ ଅଭିଯୋଗ କରୁଛନ୍ତି। ଗ୍ରୀଷ୍ମ ଆସିବାର ଯଥେଷ୍ଟ ପୂର୍ବରୁ ଖରାଟାଣ ଧରିସାରିଥିବାରୁ ପାନୀୟ ଜଳର ଆବଶ୍ୟକତା ଅଧିକ ବଢ଼ିଯାଇଛି। କିନ୍ତୁ ସାହିରେ ଥିବା ଅଚଳ ନଳକୂଅ ମରାମତି କରା ନ ଯିବା ଦ୍ୱାରା ମହିଳାମାନେ ଗୋଟିଏ ନଳକୂଅରୁ ପାଣି ନେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଫଳରେ ନଳକୂଅ ନିକଟରେ ଗରା, ମାଠିଆର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟା ସମାଧାନ କରାଯାଉ ନ ଥିବାରୁ ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଥିବା କହିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବିଡିଓ ଏଲିଜା ମିଶ୍ରଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ। କାଣ୍ଡସର ସରପଞ୍ଚ ଦୁର୍ଯ୍ୟୋଧନ ମୁଦୁଲି କହିଛନ୍ତି, ହରିଜନ ସାହିରେ ପାଇପ୍‌ ବିଛାଯାଇଥିଲେ ମଧ୍ୟ ୧୦ ବର୍ଷ ହେବ ପାଣି ଆସୁନି। ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଅବଗତ ଅଛନ୍ତି। ନାଲ୍‌କୋ ପକ୍ଷରୁ ତୁରନ୍ତ କିପରି ପାଣି ଅସୁବିଧା କରାଯିବ ସେ ଦିଗରେ ପଦକ୍ଷେପ ନିଆଯାଉଥିବା ସରପଞ୍ଚ ପ୍ରକାଶ କରିଛନ୍ତି।

ପାଇପ୍‌ ପାଣିକୁ ଚାହିଁ ରହିଛୁ
ଦୀର୍ଘ ୧୦ ବର୍ଷ ତଳେ ସାହିକୁ ପାଇପ୍‌ ଯୋଗେ ପାଣି ଯୋଗାଣ ପାଇଁ ପାଇପ୍‌ ବିଛାଯାଇଥିଲା। କିନ୍ତୁ କେଉଁ କାରଣରୁ ହରିଜନସାହି ସେଥିରୁ ବଞ୍ଚିତ ହେଲା ତାହା ଜଣାନାହିଁ। ବିଳମ୍ବ ହୋଇଥିଲେ ମଧ୍ୟ ଏ ଦିଗରେ ଏବେ ଦୃଷ୍ଟି ଦିଆଗଲେ ଲୋକେ ଉପକୃତ ହୁଅନ୍ତେ।
-ମମତା ନାୟକ, ଅଞ୍ଚଳବାସୀ

ଅଭିଯୋଗ କେହି ଶୁଣୁନାହାନ୍ତି
କନ୍ୟାବେଡ଼ା ହରିଜନ ସାହିରେ ପ୍ରତିବର୍ଷ ପାନୀୟ ଜଳ ସଙ୍କଟ ଦେଖାଦେଉଛି। ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଉ ନ ଥିବାରୁ ସାହିର ମହିଳାମାନଙ୍କୁ ଦୀର୍ଘ ସମୟ ନଳକୂଅ ନିକଟରେ ଅପେକ୍ଷା କରିବାକୁ ପଡ଼ୁଛି। ଅଚଳ ନଳକୂଅ ସଚଳ ପାଇଁ ପଞ୍ଚାୟତଠାରୁ ବ୍ଲକ ଯାଏ ସବୁଠି ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ପବିତ୍ର ନାୟକ, ଅଞ୍ଚଳବାସୀ

ଅନ୍ୟ ସାହିରୁ ଆଣିବାକୁ ପଡ଼ୁଛି
ସାହିରେ ଦୀର୍ଘଦିନ ହେବ ପିଇବା ପାଣି ସମସ୍ୟା ଲାଗି ରହିଛି। ପ୍ରତିବର୍ଷ ଖରାଦିନେ ନଳକୂଅ ଅଚଳ ହେଉଥିବା ବେଳେ ପାଇପ୍‌ ପାଣି ଅଭାବକୁ ଦୂର କରିପାରନ୍ତା। କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଏ ନେଇ କାର୍ଯ୍ୟ କରୁ ନ ଥିବାରୁ ୧୦ ବର୍ଷ ହେଲା ଅପେକ୍ଷା କରିବାକୁ ପଡ଼ିଲାଣି। ତେଣୁ ଅନ୍ୟ ସାହିକୁ ଯାଇ ପାଣି ଆଣିବାକୁ ହେଉଛି।
-ପ୍ରମିଳା ନାୟକ, ଅଞ୍ଚଳବାସୀକ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri