କରି ପାରିଲେନି ଋଣ ପରିଶୋଧ, ଘର ଜବତ କଲା ବ୍ୟାଙ୍କ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଜଣେ ବ୍ୟକ୍ତି ବ୍ୟାଙ୍କ ଋଣ ନେଇ ପରିଶୋଧ ନ କରିବାରୁ ତାଙ୍କ ଘର ଜବତ ହେବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି ଗ୍ରାମର ମନୋଜ କୁମାର ସାହୁ ଓ ତାଙ୍କ ପିତା ଗଣ୍ଡଦୀପ ସାହୁ ନାମକ ବ୍ୟକ୍ତି ମନୋଜ ଡେଲି ନିଡ୍ସ ନାଁରେ ଗତ ୧୪.୩.୨୦୧୫ରେ ୯ ଲକ୍ଷ ଟଙ୍କା ଋଣ ଓ ଗତ ୧୯.୮.୨୦୧୫ରେ ଗୃହ ଋଣ ବାବଦକୁ ୭ ଲକ୍ଷ ଟଙ୍କା କର୍ଲାମୁଣ୍ଡା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କଠାରୁ ଋଣ ନେଇ ପରିଶୋଧ କରୁ ନ ଥିଲେ। ଯାହା କି ବର୍ତ୍ତମାନ ସୁଦ୍ଧା ଦୁଇଟି ଋଣର ମୂଳ ସୁଧ ମିଶି ମୋଟ୍‌ ୩୦ ଲକ୍ଷ ୭୩ ହଜାର ୬୩ ଟଙ୍କା ହୋଇଥିବା ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଲା। ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ଓ ଜିଲାପାଳଙ୍କ ନୋଟିସ୍‌ ସତ୍ତ୍ୱେ ମନୋଜ ଋଣ ପରିଶୋଧ ନ କରିବାରୁ ମଙ୍ଗଳବାର ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ମିଳନ କୁମାର ଝାଙ୍କର, ପୋଲିସ ଏସ୍‌ଆଇ ବଂଶୀଧର ସାମଲ, ଏସ୍‌ବିଆଇ ଭବାନୀପାଟଣାର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ ଅଧିକାରୀ ବିପିନ ବିହାରୀ ଦଳପତି, ଋଣ ଆଦାୟକାରୀ ସଂସ୍ଥା ଏସ୍‌ବିଆଇ ରିଜୋଲ୍ୟୁସନରୁ ସମୀର ବେହେରା ପ୍ରମୁଖ ଉପସ୍ଥିତ ରହି ଘର ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri