ବଲାଙ୍ଗୀର ଅଫିସ,୧୪।୧: ବଲାଙ୍ଗୀର ଜିଲାରେ ମନ୍ଦିରଗୁଡ଼ିକ ଖୋଲାଯାଉ ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହେଲେ ଭକ୍ତମାନେ ଦୀର୍ଘ ଦିନ ପରେ ମଧ୍ୟ ଭଗବାନଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ବାହାରୁ ଦର୍ଶନ କରି ଫେରି ଯାଇଛନ୍ତି। ଶ୍ରଦ୍ଧାଳୁମାନେ ମନ୍ଦିର ଗେଟ୍ ସମ୍ମୁଖରେ ନଡ଼ିଆ ବାଡ଼ାଉଥିବା ବେଳେ ଧୂପ,ଦୀପ, ଭୋଗ ବାହାରୁ ଲଗେଇ ଯାଉଥିଲେ। ମନ୍ଦିର ଖୋଲିବାକୁ ନେଇ ବଲାଙ୍ଗୀର ସହରବାସୀ ତଥା ଭକ୍ତମାନେ ଦାବି କରି ଆସୁଥିଲେ ହେଁ କରୋନା କଟକଣା ଯୋଗୁ ତାହା ସମ୍ଭବ ହୋଇ ପାରୁ ନ ଥିବା ଜଣାପଡ଼ିଛି।