ଅଘୋଷିତ ବିଦ୍ୟୁତ୍‌ କାଟ୍‌: କର୍ମଚାରୀଙ୍କୁ ଆକ୍ରମଣ

ନୀଳଗିରି,୨୯ା୫(ସ୍ବ.ପ୍ର.): ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ନୀଳଗିରି ଟାଟା ପାଓ୍ବାରର ନୀଳଗିରି ସେକ୍ସନ ଜେଇ ପାର୍ଥସାରଥୀ ବାରିକଙ୍କୁ ମାଡ଼ ହୋଇଛି। ଏକ ବିବାହ ଭୋଜି ଖାଇ ଫେରିବା ବେଳେ ତାଙ୍କୁ
୧୦ରୁ ୧୨ ଜଣ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରବିବାର ରାତିରେ ନୀଳଗିରି ବିଦ୍ୟୁତ୍‌ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ତାଙ୍କ ସହ କିଛି କର୍ମଚାରୀ ଏକ ବିବାହ ଭୋଜି ଖାଇ ଫେରିବା ବେଳେ ବରିସାହି ନିକଟ ମନସା ମନ୍ଦିର ଠାରେ କିଛି ଲୋକେ ତାଙ୍କୁ ଅଟକାଇ ଥିଲେ ବିଜୁଳି କାଟ୍‌ ନେଇ ଯୁକ୍ତି କରିବା ସହ ଆକ୍ରମଣ କରି ନିର୍ଧୂମ ମାଡ଼ ମାରିଥିଲେ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ନୀଳଗିରି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉକ୍ତ ଘଟଣାରେ ଦୁଇ ଅଟକ ରହିଥିବା ଜଣାପଡ଼ିଛି।

Share