ଅସହ୍ୟ ଗୁଳୁଗୁଳି ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ

ପଟ୍ଟାମୁଣ୍ଡାଇ,୨୬ା୫(ସ୍ବ.ପ୍ର.): ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ସାଙ୍ଗକୁ ରୌଦ୍ରତାପ ମଧ୍ୟ କିଛି କମ ନୁହେଁ। ଏଭଳି ସମୟରେ ଅଘୋଷିତ ଭାବେ ବିଦ୍ୟୁତ୍‌ କାଟ କରାଯାଉଛି। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ) କର୍ତ୍ତୃପକ୍ଷଙ୍କ ଅଘୋଷିତ ବିଜୁଳି କାଟରେ ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନିକ ୮ରୁ ୧୦ ଥର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଏହାଦ୍ୱାରା କୋମଳମତି ଶିଶୁ, ବରିଷ୍ଠ ନାଗରିକଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ପାନୀୟ ଜଳ ଠିକ୍‌ ମାତ୍ରରେ ପାଇପରେ ଆସୁନାହିଁ। ବିଦ୍ୟୁତ୍‌ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ପୂର୍ବ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ଏନ୍‌ଜେନ ହାତରୁ ଦାୟିତ୍ୱ କାଢ଼ି ରାଜ୍ୟ ସରକାର ଟାଟା କମ୍ପାନୀକୁ ଦେବା ପରେ ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଛି। ଗୋଟିଏ ଦିନରେ ବାରମ୍ବାର ବିଦ୍ୟୁତ୍‌ କାଟ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଘନ ଘନ ବିଦ୍ୟୁତ୍‌ କାଟ ବୃଦ୍ଧାବୃଦ୍ଧଙ୍କଠାରୁ ଆରମ୍ଭ କରି କୋମଳମତୀ ଶିଶୁମାନଙ୍କ ଛଟପଟ କରୁଛି। ଅଘୋଷିତ ଓ ଅନିୟମିତ ବିଜୁଳି କାଟ୍‌ ପରିସ୍ଥିତିକୁ ଜଟିଳ କରିଦେଇଛି। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ବାହାନାରେ (ଟିପିସିଓଡିଏଲ୍‌) ପକ୍ଷରୁ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ରହିଛି। କିଛି ଦିନ ହେଲା ଘଣ୍ଟାଘଣ୍ଟା ଧରି ବିଜୁଳି କାଟରେ ଉପଭୋକ୍ତା ନୟାନ୍ତ ହେଲେଣି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାମାନ୍ୟ ପବନ କି ଝିପିଝିପି ବର୍ଷା ହେଲେ, କେଉଁଠି ବିଦ୍ୟୁତ୍‌ ଖୁଣ୍ଟ କି ବିଦ୍ୟୁତ୍‌ ତାରରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଲେ ବିଜୁଳି ଚାଲିଯାଉଛି। ଏହାକୁ ନେଇ ଗ୍ରାହକ ବିଜୁଳି କାର୍ଯ୍ୟାଳୟକୁ ଫୋନ୍‌ କଲେ ମଧ୍ୟ କେହି ଉଠାଉନାହାନ୍ତି। ସାମାନ୍ୟ ସମସ୍ୟା ଥିଲେ ମଧ୍ୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଚିତ ହୋଇଛି। ହେଲେ ବିଦ୍ୟୁତ୍‌ ବିଭ୍ରାଟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ଦିନବେଳା ବିଦ୍ୟୁତ୍‌ ନ କାଟିବା ପାଇଁ ଶକ୍ତି ସଚିବଙ୍କ ନିର୍ଦ୍ଦେଶକୁ ଟାଟା (ଟିପିସିଓଡିଏଲ) କର୍ତ୍ତୃପକ୍ଷ ଗ୍ରହଣ କରୁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ଉଚ୍ଚଶକ୍ତି ସମ୍ପନ୍ନ ୧୧ କେଭି ତାର ହାତ ପାହାନ୍ତାରେ ଝୁଲିବା ଭଳି ଦୃଶ୍ୟ ମଧ୍ୟ ସାମନାକୁ ଆସିଛି। ଖାଲି ସେତିକି ନୁହେଁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ତାର ବିପଦଜନକ ଭାବେ ଓହଳି ରହିଥିବା ପଟ୍ଟାମୁଣ୍ଡାଇ ମହିଳା କଲେଜ ରାସ୍ତାରେ ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଥିବା ସ୍ଥାନ ମୁକୁଳା ପଡ଼ଛି। ହାତ ପାହାନ୍ତାରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଝୁଲି ରହିଛି। ଏଭଳି ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ ନ କଲେ ଉପୋଭୋକ୍ତାମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛି। ବିଦ୍ୟୁତ୍‌ କାଟ ସମ୍ପର୍କରେ ପାଟ୍ଟାମୁଣ୍ଡାଇ ଏସ୍‌ଡିଓ ସ୍ମୃତିରଞ୍ଜନ ରଥଙ୍କୁ ପଚାରିବାରେ ଆଗଭଳି ବିଜୁଳି କାଟ ହେଉନାହଁି। ବହୁତ ସୁଧାର ଆସି ଗଲାଣି ଆଗକୁ ସବୁ ସୁଧାର ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri